ଯୁବକଙ୍କୁ ଗଳାକାଟି ହତ୍ୟା, ନିଶା କାରବାରକୁ ନେଇ ହତ୍ୟାକାଣ୍ଡ ସନ୍ଦେହ
ପୁରୀ ଜିଲ୍ଲା ନିମାପଡ଼ା ଥାନା ରେଞ୍ଚଠାରେ ବୀଭତ୍ସ ହତ୍ୟାକାଣ୍ଡ। ଯୁବକଙ୍କୁ ଗଳାକାଟି ହତ୍ୟା କରିବା ପରେ ଫେରାର ହୋଇଯାଇଛନ୍ତି ଦୁର୍ବୃତ୍ତ। କିଏ ଓ କାହିଁକି ବାସୁଦେବଙ୍କୁ ହତ୍ୟା କଲା ସେନେଇ କାରଣ ଜଣାପଡିନି।

ଗୋପ (କେନ୍ୟୁଜ): ଯୁବକଙ୍କୁ ଗଳାକାଟି ହତ୍ୟା। ପୁରୀ ଜିଲ୍ଲା ନିମାପଡ଼ା ଥାନା ରେଞ୍ଚଠାରେ ବୀଭତ୍ସ ହତ୍ୟାକାଣ୍ଡ। ଯୁବକଙ୍କୁ ହତ୍ୟା ପରେ ଫେରାର ହୋଇଯାଇଛନ୍ତି ଦୁର୍ବୃତ୍ତ। ମୃତ ଯୁବକ ପିପିଲି ପୌରାଞ୍ଚଳ ସିରିଆପୁର ଅଞ୍ଚଳର ବାସୁଦେବ ଓଝା। ନିମାପଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ମୃତଦେହ ଜବତ କରାଯିବା ସହ ଏକ ବାଇକ ମଧ୍ୟ ଜବତ କରାଯାଇଛି। କିଏ ଓ କାହିଁକି ବାସୁଦେବଙ୍କୁ ହତ୍ୟା କଲା ସେନେଇ କାରଣ ଜଣାପଡିନି। ତେବେ ନିଶା କାରବାରକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।