ବିବାହ ମଣ୍ଡପରେ ଭୟଙ୍କର ଅଗ୍ନିକାଣ୍ଡ: ବର, କନ୍ୟାଙ୍କ ସମେତ ଶତାଧିକ ମୃତ

ଖୁସିରେ ଲାଗିଗଲା ଗ୍ରହଣ । ଆଖି ଆଗରେ ଚାଲିଗଲା ବର, କନ୍ୟାଙ୍କ ସହ ଶହେରୁ ଅଧିକ ଜୀବନ। ଇରାକର ହାମଦାନିଆ ଜିଲ୍ଲାରେ ଥିବା ନିନଭେଦ ପ୍ରୋଭିନ୍ସ ସହରରେ ଘଟିଛି ଏପରି ଏକ ଭୟଙ୍କର ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ଦେଢ ଶହରୁ ଅଧିକ ଆହତ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

ନୂଆଦିଲ୍ଲୀ : ଖୁସିରେ ଲାଗିଗଲା ଗ୍ରହଣ । ଆଖି ଆଗରେ ଚାଲିଗଲା ବର, କନ୍ୟାଙ୍କ ସହ ଶହେରୁ ଅଧିକ ଜୀବନ। ଇରାକର ହାମଦାନିଆ ଜିଲ୍ଲାରେ ଥିବା ନିନଭେଦ ପ୍ରୋଭିନ୍ସ ସହରରେ ଘଟିଛି ଏପରି ଏକ ଭୟଙ୍କର ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ଦେଢ ଶହରୁ ଅଧିକ ଆହତ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଘଟଣାସ୍ଥଳରେ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଉଦ୍ଧାର କାମ ।

ଖବର ଅନୁଯାୟୀ, ଇରାକ ନିନେୱେହ ପ୍ରାନ୍ତର ଅଲ-ହମଦାନିଆ ଜିଲ୍ଲାରେ ଏକ ଇଭେଣ୍ଟ ହଲ୍‌ରେ ବିବାହ ଉତ୍ସବ ଚାଲିଥିଲା । ଏହି ସମୟରେ ହଠାତ୍‌ ହଲ୍‌ରେ ଭୟାବହ ଅଗ୍ନିକାଣ୍ଡ ହୋଇଥିଲା । ଯାହାଫଳରେ ଶ୍ମଶାନ ପାଲଟିଗଲା ବିବାହ ସମାରୋହ। ଅଗ୍ନିକାଣ୍ଡ ଘଟି ବର କନ୍ୟାଙ୍କ ସମେତ ୧୦୦ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫୦ ଆହତ ହୋଇଛନ୍ତି । ତେବେ ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇ ନାହିଁ। ତେବେ ବାଣ ଫୁଟାରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି।

ତୁରନ୍ତ ଆହତଙ୍କ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଇରାକ ପ୍ରଧାନମନ୍ତ୍ରୀ । ଶ୍ମଶାନ ଭଳି ଲାଗୁଛି ବିବାହ ମଣ୍ଡପ । ଉଦ୍ଧାରକାରୀ ଟିମ୍ ପକ୍ଷରୁ ବିବାହ ମଣ୍ଡପରୁ ମୃତଦେହ ବାହାର କରାଯାଉଛି । ଘଟଣାରେ ମୃତ୍ୟୁ ସଂଖ୍ୟା ଆହୁରି ବଢିବା ଆଶଙ୍କା କରାଯାଛଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.