Below header

କରୋନା ବଦଳାଇଲା ପରମ୍ପରା, ଚଳିତବର୍ଷ ବନ୍ଦ ରହିବ ବାଲିଯାତ୍ରା

କଟକ(କେ ନ୍ୟୁଜ): ଚଳିତବର୍ଷ ହେବନି ଐତିହାସିକ ବାଲିଯାତ୍ରା । ଏହା ସହ ସାମୂହିକ ବୋଇତ ବନ୍ଦାଣ ଉତ୍ସବ ବି ବନ୍ଦ ରହିବ | କଟକ ତଥା ରାଜ୍ୟରେ କୋଭିଡ୍‌ ସ୍ଥିତି ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ଏନେଇ ସୂଚନା ଦେଇଛନ୍ତି। ସେହିପରି ଚଳିତବର୍ଷ ଧବଳେଶ୍ୱର ବଡ଼ଓଷା ମଧ୍ୟ ହେବନାହିଁ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ପ୍ରତ୍ୟେକ ବର୍ଷ କାର୍ତ୍ତିକ ପୂର୍ଣ୍ଣିମାଠାରୁ ଆରମ୍ଭ କରି ୭ ଦିନ ପର୍ଯ୍ୟନ୍ତ ମହୋତ୍ସବ ମହାନଦୀ ପଠାରେ ପ୍ରସିଦ୍ଧ ବାଲିଯାତ୍ରା ଉତ୍ସବ ଅନୁଷ୍ଠିତ ହୋଇଥାଏ । ଯାତ୍ରାର ମଜା ନେବା ପାଇଁ ଓ ଅସବାବପତ୍ର କିଣିବା ପାଇଁ ଲକ୍ଷ ଲକ୍ଷ ଲୋକଙ୍କ ଭିଡ଼ ମଧ୍ୟ ଜମିଥାଏ। କିନ୍ତୁ ରାଜ୍ୟରେ ବ୍ୟାପିଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଏହା ଉପରେ ରୋକ ଲଗାଇଛନ୍ତି ।

ଖାଲି ବାଲିଯାତ୍ରା ନୁହେଁ କରୋନା ଯୋଗୁ ଚଳିତ ବର୍ଷ ଏକାଧିକ ପର୍ବ ଓ ଉତ୍ସବ ପାଳନ ବନ୍ଦ କରାଯାଇଛି । ସଂକ୍ରମଣକୁ ରୋକିବା ପାଇଁ ଚଳିତ ବର୍ଷ ମାର୍ଚ୍ଚ ମାସରୁ ରାଜ୍ୟ ରେ ବିଭିନ୍ନ ପର୍ଯ୍ୟାୟରେ ଲକଡାଉନ୍ ଜାରି କରାଯାଇଥିଲା । ଏପରିକି ଚଳିତ ବର୍ଷ ସାର୍ବଜନୀନ ଗଣେଶ ପୂଜା ବନ୍ଦ ରହିଥିବା ବେଳେ ଦଶହରା ନିରାଡମ୍ବର ଭାବେ ପାଳନ କରାଯାଇଥିଲା।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.