ଆଜି ଧରାପୃଷ୍ଠରେ ଅବତରଣ କରିବେ ଧନଦାତ୍ରୀ ଦେବୀ ମା’ ଗଜଲକ୍ଷ୍ମୀ, କରୋନା କଟକଣା ମାନି ଅନୁଷ୍ଠିତ ହେବ ପୂଜା

ଢେଙ୍କାନାଳ(କେ ନ୍ୟୁଜ): ଆଜି ଧରାପୃଷ୍ଠରେ ବିରାଜମାନ କରିବେ ଧନଦାତ୍ରୀ ମାଆ ଗଜଲକ୍ଷ୍ମୀ । ୧୧ ଦିନ ଧରି ଚାଲିବ ଢେଙ୍କାନାଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା । ଏନେଇ ସହରର ସମସ୍ତ ୩୮ଟି ପୂଜା ମଣ୍ଡପରେ ସରକାରଙ୍କ ଦ୍ୱାରା ଜାରି ହୋଇଥିବା କୋଭିଡ କଟକଣା ମାନି ପୂଜା କରିବାକୁ ନିଷ୍ପତ୍ତି ନିଆଯାଇଛି । ପୂଜା ମଣ୍ଡପରେ ରହିବେ କେବଳ ସାତ ଜଣ । ଚଳିତ ବର୍ଷ କୋଭିଡ କଟକଣା ଯୋଗୁଁ କେବଳ ପୂଜାନୀତି ପାଳନ କରାଯିବ । କିନ୍ତୁ ସାଧାରଣ ଲୋକଙ୍କ ଦର୍ଶନ ବନ୍ଦ ରହିବ ।

ଢେଙ୍କାନାଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ସାରା ରାଜ୍ୟରେ ପ୍ରସିଦ୍ଧି ଲାଭ କରିଛି । ଏହି ସମୟରେ ଉତ୍ସବ ମୁଖର ହୋଇ ଉଠିଥାଏ ପୂରା ସହର । କିନ୍ତୁ ଚଳିତ ବର୍ଷ ନିରାଡମ୍ବର ଭାବରେ ପୂଜା ପାଳନ ପାଇଁ ନିଷ୍ପତ୍ତି ନିଆଯାଇଛି । ୩୦ରୁ ୮ ତାରିଖ ପର୍ଯ୍ୟନ୍ତ ଚାଲିବ ପୂଜା । ନଭେମ୍ବର ୯ ତାରିଖରେ ମେଲାଣି ନେବେ ମାଆ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.