Below header

ଆଜିଠୁ କୁଳଡିହା ଅଭୟାରଣ୍ୟରେ ବାଘ ଗଣନା ଆରମ୍ଭ

ବାଲେଶ୍ୱର ଜିଲ୍ଲା କୁଳଡିହା ଅଭୟାରଣ୍ୟରେ ଆରମ୍ଭ ହେଲା ବାଘ ଗଣନା । କୁଳଡିହା ସମେତ ସମସ୍ତ ଫରେଷ୍ଟ ଡିଭିଜନରେ ଚାଲିଛି ବାଘ ଗଣନା । ୫ ଦିନ ଧରି ବାଘ ଏବଂ ଅନ୍ୟାନ୍ୟ ପ୍ରାଣୀଙ୍କ ଗଣନା କରାଯିବା ନେଇ ସୂଚନା ରହିଛି ।

ବାଲେଶ୍ୱର (କେନ୍ୟୁଜ): ଆଜିଠୁ କୁଳଡିହା ଅଭୟାରଣ୍ୟରେ ଆରମ୍ଭ ହେଉଛି ବାଘ ଗଣନା। ଏହାସହ ବାଲେଶ୍ୱର ଫରେଷ୍ଟ ଡିଭିଜନରେ ୫ଟି ରେଞ୍ଜରେ ମାସାଂଶୀ ବନ୍ୟଜନ୍ତୁଙ୍କ ଗତିବିଧି ଅନୁଧ୍ୟାନ କରୁଛି ବନ ବିଭାଗ। ନୀଳଗିରିର କୁଲଡିହା ସଂରକ୍ଷିତ ଅଭୟାରଣ୍ୟରେ ୧୪ଟି ବିଟ୍ ରେ ୪୨ଜଣ ବନ କର୍ମଚାରୀଙ୍କ ଦ୍ବାରା ବାଘ ଗଣନା କରାଯାଉଛି। ଏହାସହ ବାଘଙ୍କ ଗତିବିଧି ଉପରେ ନଜର ରଖିବାକୁ ଟିମ୍ ନିୟୋଜିତ ହୋଇଛନ୍ତି। ଏହି ଗଣନା କାର୍ଯ୍ୟ ଆଜିଠୁ ୩୦ ତାରିଖ ଯାଏଁ ୫ ଦିନ ଧରି ଚାଲିବ।

ସେହିପରି ନୀଳଗିରି ରେଞ୍ଜ, ସୋର, ଜଳେଶ୍ବର ଓ ଚାନ୍ଦିପୁର ରେଞ୍ଜରେ ମାଂସାଶୀ ଜୀବଙ୍କ ଗତିବିଧି ଓ ଉପସ୍ଥିତି ଉପରେ ନଜର ରଖିବା ପାଇଁ ବାଲେଶ୍ବର ଡିଭିଜନର ମୋଟ ୫୨ଟି ବିଟରେ ୨୫୦ରୁ ଅଧିକ ବନକର୍ମଚାରୀ ନିୟୋଜିତ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.