କୋରାପୁଟରେ ଡବଲ ମର୍ଡର, ଯୁବକଙ୍କ ମୃତ୍ୟୁ ପ୍ରତିଶୋଧ ନେଇ ଆଉ ଜଣଙ୍କୁ ହତ୍ୟା

କୋରାପୁଟ ପଟ୍ଟାଙ୍ଗି ଥାନା କୁନ୍ଦୁଲି ହାଟପଦାରେ ଡବଲ ମର୍ଡର । ବାପା ଏବଂ ପୁଅର ଆକ୍ରମଣରେ ଟେମା ଗାଁର ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ଟେମା ଗାଁ ଗୋବର୍ଦ୍ଧନ ପାଣ୍ଡକା । ତେବେ ଗୋବର୍ଦ୍ଧନଙ୍କ ମୃତ୍ୟୁ ପ୍ରତିଶୋଧରେ ଗାଁର ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି।

କୋରାପୁଟ (କେନ୍ୟୁଜ): କୋରାପୁଟ ପଟ୍ଟାଙ୍ଗି ଥାନା କୁନ୍ଦୁଲି ହାଟପଦାରେ ଡବଲ ମର୍ଡର । ବାପା ଏବଂ ପୁଅର ଆକ୍ରମଣରେ ଟେମା ଗାଁର ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ଟେମା ଗାଁ ଗୋବର୍ଦ୍ଧନ ପାଣ୍ଡକା । ତେବେ ଗୋବର୍ଦ୍ଧନଙ୍କ ମୃତ୍ୟୁ ପ୍ରତିଶୋଧରେ ଗାଁର ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି।

ଖବର ଅନୁଯାୟୀ, ହାଟପଦା ଗାଁର ବାପା ଯୋଗୁଲୁ ରୁଡି ଏବଂ ତାଙ୍କ ପୁଅ ରାଜକୁମାର ରୁଡିର ଆକ୍ରମଣରେ ଟେମା ଗାଁର ଗୋବର୍ଦ୍ଧନ ପାଣ୍ଡକାଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା। ପରେ ହାଟପଦା ଗାଁର ଯୁବକ ରାଜକୁମାର ରୁଡିଙ୍କୁ ପିଟି ପିଟି ହତ୍ୟା କଲେ ଉତ୍ତ୍ୟକ୍ତ ଲୋକେ । ତେବେ ହତ୍ୟାକାଣ୍ଡର ପ୍ରକୃତ କାରଣ ଏବେ ଯାଏଁ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ପହଞ୍ଚି ପଟ୍ଟାଙ୍ଗୀ ପୋଲିସର ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.