ବିରାଟ ଏବଂ ରୋହିତଙ୍କ ପଛରେ ପକାଇଦେଲେ କ୍ୱିଣ୍ଟନ ଡି’ କକ, ୪୦୭ ରନ୍‌ କରି ସବୁଠୁ ଆଗରେ

ବାଂଲାଦେଶ ବିପକ୍ଷରେ ୧୭୪ ରନ୍‌ ଇନିଂସ ଖେଳିବା ପରେ ବିଶ୍ୱକପ ୨୦୨୩ରେ ସବୁଠାରୁ ଅଧିକ ରନ୍‌ କରିଥିବା ମାମଲାରେ ସମସ୍ତଙ୍କୁ ପଛରେ ପକାଇଛନ୍ତି ଡି’ କକ । ଶତକୀୟ ଇନିଂସ ବଳରେ ବିରାଟ କୋହଲିଙ୍କୁ ପଛରେ ପକାଇ ଦେଇଛନ୍ତି । ଡି’ କକ ବିଶ୍ୱକପରେ ୮୧.୪୦ ପ୍ରତିଶତରେ ସବୁଠାରୁ ଅଧିକ ରନ୍‌ ୪୦୭ ରନ୍‌ କରିଛନ୍ତି ।

କ୍ରିକେଟ ବିଶ୍ୱକପକୁ ନେଇ ସମଗ୍ର ବିଶ୍ୱରେ ଭରପୁର କ୍ରେଜ ଦେଖିବାକୁ ମିଳିଛି । ଚଳିତ ବିଶ୍ୱକପରେ ଭାରତ-ଦକ୍ଷିଣ ଆଫ୍ରିକା ବ୍ୟାଟର ଧୂଆଁଦାର ବ୍ୟାଟିଂ କରିଛନ୍ତି । ନିଜ ଦିନିକିଆ କ୍ୟାରିୟରର ଶେଷ ବିଶ୍ୱକପ ଖେଳୁଥିବା ଦକ୍ଷିଣ ଆଫ୍ରିକାର ଷ୍ଟାର ବ୍ୟାଟର କ୍ୱିଣ୍ଟନ ଡି’କକ ନିଜର ଜଲୱା ଦେଖାଇ ଚାଲିଛନ୍ତି । ବାଂଲାଦେଶ ବିପକ୍ଷରେ ୧୭୪ ରନ୍‌ କରି ରେକର୍ଡ କରିଛନ୍ତି ।

ଚଳିତ ବିଶ୍ୱକପରେ ଦକ୍ଷିଣ ଆଫ୍ରିକା ଟିମ୍‌ ସବୁଠାରୁ ଅଧିକ ସ୍କୋର ୩୦୦ରୁ ଅଧିକ କରିଛି । ଟିମ୍‌ ଥରେ ୪୦୦, ୩୯୯ ଏବଂ ଥରେ ୩୮୨ ରନ୍‌ କରିଛି । ବାଂଲାଦେଶ ବିପକ୍ଷରେ ଦକ୍ଷିଣ ଆଫ୍ରିକା ୩୮୨ ରନ୍‌ କରିଛି । ମୁମ୍ବାଇର ୱାଙ୍ଖେଡେରେ ଖେଳା ଯାଉଥିବା ବାଂଲାଦେଶ ବିପକ୍ଷ ମ୍ୟାଚ୍ରେ ଡି’କକ ଚଳିତ ବିଶ୍ୱକପରେ ନିଜର ତୃତୀୟ ଶତକ ହାସଲ କରିଛନ୍ତି । ଡି’କକ ବିସ୍ଫୋରକ ୧୭୪ ଓ କ୍ଲାସେନଙ୍କ ୯୦ ରନ ବଳରେ ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ୫୦ ଓଭରରେ ୫ ୱିକେଟ ହରାଇ ୩୮୨ ରନ କରିଥିଲା ।

ବାଂଲାଦେଶ ବିପକ୍ଷରେ ୧୭୪ ରନ୍‌ ଇନିଂସ ଖେଳିବା ପରେ ବିଶ୍ୱକପ ୨୦୨୩ରେ ସବୁଠାରୁ ଅଧିକ ରନ୍‌ କରିଥିବା ମାମଲାରେ ସମସ୍ତଙ୍କୁ ପଛରେ ପକାଇଛନ୍ତି ଡି’ କକ । ଶତକୀୟ ଇନିଂସ ବଳରେ ବିରାଟ କୋହଲିଙ୍କୁ ପଛରେ ପକାଇ ଦେଇଛନ୍ତି । ଡି’ କକ ବିଶ୍ୱକପରେ ୮୧.୪୦ ପ୍ରତିଶତରେ ସବୁଠାରୁ ଅଧିକ ରନ୍‌ ୪୦୭ ରନ୍‌ କରିଛନ୍ତି । ଏଥିରେ ୩୯ ଚଉକା ଏବଂ ୧୫ଟି ଛକା ସାମିଲ ରହିଛି ।

ଚଳିତ ବିଶ୍ୱକପ ଶେଷ ହେବା ପରେ ଡି’କକ ଦିନିକିଆ କ୍ରିକେଟରୁ ଅବସର ନେବେ ବୋଲି ଘୋଷଣା କରିଛନ୍ତି । ସେ ଭାରତରେ ବିଶ୍ୱକପ ଖେଳୁଥିବା ବେଳେ ପ୍ରଥମେ ଶ୍ରୀଲଙ୍କା ଓ ପରେ ଅଷ୍ଟ୍ରେଲିଆ ବିପକ୍ଷରେ ଶତକ ହାସଲ କରିଥିଲେ । ସେ ୧୦୧ ବଲରେ ବିସ୍ଫୋରକ ବ୍ୟାଟିଂ କରି ୧୭୪ ରନର ଇନିଂସ ଖେଳିଛନ୍ତି ।

ଚଳିତ ବିଶ୍ୱକପରେ ଟପ୍‌ ୧୦ ବ୍ୟାଟର :

କ୍ୱିଣ୍ଟନ ଡି’କକ (ସାଉଥ ଆଫ୍ରିକା): ୪୦୭
ବିରାଟ କୋହଲି (ଭାରତ): ୩୫୪
ରୋହିତ ଶର୍ମା(ଭାରତ) : ୩୧୧
ମହମ୍ମଦ ରିଜଓ୍ଵାନ (ପାକିସ୍ତାନ) : ୩୦୨
ସଚିନ ରବିନ୍ଦ୍ର(ନ୍ୟୁଜିଲାଣ୍ଡ : ୨୯୦
ହେନରିକ କ୍ଲାସେନ (ଦକ୍ଷିଣ ଆଫ୍ରିକା) : ୨୮୮
ଡେରିଲ ମିଚେଲ (ନ୍ୟୁଜିଲାଣ୍ଡ ) : ୨୬୮
ଏଡେନ ମାର୍କରମ (ଦକ୍ଷିଣ ଆଫ୍ରିକା) : ୨୬୫
ଅବ୍ଦୁଲା ସଫିକ(ପାକିସ୍ତାନ) : ୨୫୫
ଡେଓ୍ଵାନ କନେଓ୍ଵ(ନ୍ୟୁଜିଲାଣ୍ଡ) : ୨୪୯

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.