ଦୁର୍ଗା ମୂର୍ତ୍ତି ବିସର୍ଜନ ବେଳେ ଫାଟିଲା ଜେନେରେଟର, ଜଣେ ଯୁବକ ସହିତ ୭ ପିଲା ଆହତ

ମହାରାଷ୍ଟ୍ର ସତାରା ଜିଲ୍ଲାରେ ମହାବଳେଶ୍ୱରର କୋଲି ଅଞ୍ଚଳରେ ଦୁର୍ଗା ମୂର୍ତ୍ତି ବିସର୍ଜନ ସମୟରେ ଜେନେରେଟର ବିସ୍ଫୋରଣ ହେବା ଯୋଗୁଁ ୨୨ ବର୍ଷୀୟ ଜଣେ ଯୁବକ ଏବଂ ୭ ଜଣ ପିଲା ଆହତ ହୋଇଛନ୍ତି । ସମସ୍ତଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି ।

ମହାରାଷ୍ଟ୍ର ସତାରା ଜିଲ୍ଲାରେ ମହାବଳେଶ୍ୱରର କୋଲି ଅଞ୍ଚଳରେ ଦୁର୍ଗା ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ । ଦୁର୍ଗା ମୂର୍ତ୍ତି ବିସର୍ଜନ ସମୟରେ ଜେନେରେଟର ବିସ୍ଫୋରଣ ହେବା ଯୋଗୁଁ ୨୨ ବର୍ଷୀୟ ଜଣେ ଯୁବକ ଏବଂ ୭ ଜଣ ପିଲା ଆହତ ହୋଇଛନ୍ତି ।

ଖବର ମୁତାବକ, ମହାବଳେଶ୍ୱରର କୋଲି ଅଲୀ ଦୁର୍ଗାମାତା ପେଣ୍ଡାଲରେ ମୂର୍ତ୍ତି ବିସର୍ଜନ ଶୋଭାଯାତ୍ରା ପାଇଁ ଜେନେରେଟର ଲଗାଯାଇଥିଲା । ଆଉ ଜେନେରେଟର ପେଟ୍ରୋଲ ପାଇପ ଲିକ୍‌ ହୋଇଯାଇଥିଲା । ଫଳରେ ଜେନେରେଟର ନିଆଁ ଲାଗିଯାଇଥିଲା । ଏହି ଜେନେରେଟର ବିସ୍ଫୋରଣ ଯୋଗୁଁ ମୂର୍ତ୍ତି ପାଖରେ ଥିବା ପିଲାମାନେ ଗୁରୁତର ଆହତ ହୋଇଛନ୍ତି । ସମସ୍ତଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି ।

ଘଟଣା ବିଷୟରେ ସୂଚନା ମିଳିବା ପରେ ଜିଲ୍ଲାପାଳ ଜିତେନ୍ଦ୍ର ଟୁଡି ଏବଂ ଜିଲ୍ଲା ପୋଲିସ ଅଧିକାରୀ ଶେଖ ବେନ୍ଦତା ହସପିଟାଲରେ ପହଞ୍ଚି ଆହତଙ୍କୁ ଦେଖିଥିଲେ । ଆଉ ଯେଉଁମାନେ ଗୁରୁତର ରହିଛନ୍ତି, ସେମାନଙ୍କୁ ପୁନେ ହସପିଟାଲକୁ ସ୍ଥାନାନ୍ତର କରିବା ପାଇଁ କହିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.