Below header

ଭୁବନେଶ୍ବରରେ ଅପରାହ୍ଣ ୩ଟାରୁ ଆରମ୍ଭ ହେବ ଭସାଣି ଉତ୍ସବ, ମୁତୟନ ହେବେ ୩୧ ପ୍ଲାଟୁନ ପୋଲିସ ଫୋର୍ସ

ଭୁବନେଶ୍ବରରେ ଭସାଣ ପାଇଁ କମିସନରେଟ ପୋଲିସର ସ୍ବତନ୍ତ୍ର ବ୍ୟବସ୍ଥା । ପ୍ରୋସେସନ ବେଳେ ଶୃଙ୍ଖଳା ରକ୍ଷା ଉପରେ ଭୁବନେଶ୍ବର ଡିସିପିଙ୍କ ଗୁରୁତ୍ବ । ଭସାଣି ବେଳେ ଟ୍ରାଫିକ ସମସ୍ୟା ନଉପୁଜିବା ପାଇଁ ଟ୍ରାଫିକ କଟକଣା ହୋଇଛି । ଦିନ ଗୋଟାଏରୁ ପୋଲିସ ଫୋର୍ସ ମୁତୟନ ରହିବେ । ଲୁଟେରାଙ୍କ ଉପରେ ନଜର ରଖିବ ସ୍ବତନ୍ତ୍ର ଟିମ୍ ।

ଭୁବନେଶ୍ବର (କେନ୍ୟୁଜ): ଭୁବନେଶ୍ବରରେ ଭସାଣ ପାଇଁ କମିସନରେଟ ପୋଲିସର ସ୍ବତନ୍ତ୍ର ବ୍ୟବସ୍ଥା । ପ୍ରୋସେସନ ବେଳେ ଶୃଙ୍ଖଳା ରକ୍ଷା ଉପରେ ଭୁବନେଶ୍ବର ଡିସିପିଙ୍କ ଗୁରୁତ୍ବ । ଭସାଣି ବେଳେ ଟ୍ରାଫିକ ସମସ୍ୟା ନଉପୁଜିବା ପାଇଁ ଟ୍ରାଫିକ କଟକଣା ହୋଇଛି । ଅପରାହ୍ଣ ୩ଟାରୁ ଆରମ୍ଭ ହେବ ଭସାଣି ଉତ୍ସବ । ପ୍ରୋସେସନ ବେଳେ ଶୃଙ୍ଖଳା ରକ୍ଷା ଉପରେ ଗୁରୁତ୍ବ ଦିଆଯାଇଛି । ଦିନ ଗୋଟାଏରୁ ପୋଲିସ ଫୋର୍ସ ମୁତୟନ ରହିବେ । ଲୁଟେରାଙ୍କ ଉପରେ ନଜର ରଖିବ ସ୍ବତନ୍ତ୍ର ଟିମ୍ ।

କୁଆଖାଇ ଓ ଦୟାନଦୀ କୂଳରେ ହୋଇଛି ଅସ୍ଥାୟୀ ପୋଖରୀ । ନଦୀ ଭିତରକୁ ଯିବା ଉପରେ କଟକଣା କରାଯାଇଛି । ଅସ୍ଥାୟୀ ପୋଖରୀ ଗୁଡ଼ିକ ନିକଟରେ ପୋଲିସ ସହ ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ବୋଟ ଧରି ଉପସ୍ଥିତ ରହିବେ । ଭସାଣି ଉତ୍ସବରେ ୩୧ ପ୍ଲାଟୁନ ପୋଲିସ ଫୋର୍ସ ସହ ୧୫୦ ଜଣ ବରିଷ୍ଠ ପୋଲିସ ଅଧିକାରୀ ବିଭିନ୍ନ ସ୍ଥାନରେ ନଜର ରଖିବେ । ୧୨ ଜଣ ଅତିରିକ୍ତ ଡିସିପି, ୨୮ ଜଣ ଏସିପି, ଇନ୍ସପେକ୍ଟର ୪୨ ଜଣ, ୧୫ ଏଏସଆଇ, ଏସଆଇ, ଟ୍ରାଫିକ ଅଫିସର ୧୩ ଜଣ ଓ ଅନ୍ୟାନ୍ୟ ପୋଲିସ କର୍ମକର୍ତ୍ତା ଉପସ୍ଥିତ ରହିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.