Below header

୨୦୨୪ରୁ ଆରମ୍ଭ ହେବ ‘ମେଡ ଇନ ଇଣ୍ଡିଆ’ ଗୁଗଲ ପିକ୍ସେଲ ସ୍ମାର୍ଟଫୋନ

ଗୁଗଲ ଡିଭାଇସ ଆଣ୍ଡ ସର୍ଭିସେସ୍‌ର ସିନିଅର ଭାଇସ୍‌ ପ୍ରେସିଡେଣ୍ଟ ରିକ ଓଷ୍ଟରଲୋହ କହିଛନ୍ତି, ଗୁଗଲ ପିକ୍ସେଲ ସ୍ମାର୍ଟଫୋନର ନିର୍ମାଣ ଆସନ୍ତା ବର୍ଷ ଆରମ୍ଭରୁ ଇଣ୍ଡିଆରେ ହେବାକୁ ଯାଉଛି ।

ମୋବାଇଲ ୟୁଜରଙ୍କୁ ଆଉ ଅପେକ୍ଷା କରିବାକୁ ପଡ଼ିବ ନାହିଁ, କାହିଁକି ନା ଖୁବଶୀଘ୍ର ପ୍ରସ୍ତୁତ ହେବାକୁ ଯାଉଛି ‘ମେଡ ଇନ ଇଣ୍ଡିଆ’ ଗୁଗଲ ପିକ୍ସେଲ ସ୍ମାର୍ଟଫୋନ । ଗୁଗଲ ଡିଭାଇସ ଆଣ୍ଡ ସର୍ଭିସେସ୍‌ର ସିନିଅର ଭାଇସ୍‌ ପ୍ରେସିଡେଣ୍ଟ ଗୁଗଲ ଫର ଇଣ୍ଡିଆ କାର୍ଯ୍ୟକ୍ରମରେ କହିଛନ୍ତି, ଗୁଗଲ ଇଣ୍ଡିଆରେ ପିକ୍ସେଲ ୮ ସ୍ମାର୍ଟଫୋନ ନିର୍ମାଣ କରିବ । ଯାହାକୁ ଭାରତୀୟ ମାର୍କେଟ ଏବଂ ବିଦେଶରେ ବିକ୍ରି କରାଯିବ । ଏଥିପାଇଁ ଗୁଗଲ ଅନ୍ତରାଷ୍ଟ୍ରୀୟ ଚୁକ୍ତିନାମା ନିର୍ମାତାଙ୍କ ସହିତ ସହଭାଗିତା କରିବ।

ଗୁଗଲ ଡିଭାଇସ ଆଣ୍ଡ ସର୍ଭିସେସ୍‌ର ସିନିଅର ଭାଇସ୍‌ ପ୍ରେସିଡେଣ୍ଟ ରିକ ଓଷ୍ଟରଲୋହ କହିଛନ୍ତି, ଗୁଗଲ ପିକ୍ସେଲ ସ୍ମାର୍ଟଫୋନର ନିର୍ମାଣ ଆସନ୍ତା ବର୍ଷ ଆରମ୍ଭରୁ ଇଣ୍ଡିଆରେ ହେବାକୁ ଯାଉଛି । ଏହା ପରେ, ଭାରତୀୟ ଯୁଜର୍ସମାନେ ୨୦୨୪ରେ ‘ମେଡ ଇନ୍ ଇଣ୍ଡିଆ’ ପିକ୍ସେଲ ୮ ଫୋନ ପାଇପାରିବେ । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଛନ୍ତି ଯେ ଦେଶରେ ଥିବା ପିକ୍ସେଲ ସ୍ମାର୍ଟଫୋନ ସହିତ ସ୍ଥାନୀୟ ଉତ୍ପାଦନ ଆରମ୍ଭ କରିବାକୁ କମ୍ପାନୀ ଲକ୍ଷ୍ୟ ରଖିଛି । ବର୍ତ୍ତମାନଠାରୁ ଏହାକୁ ରପ୍ତାନି କରିବାର ଆଶା ମଧ୍ୟ ରଖିଛନ୍ତି । ଗୁଗଲ ଫର ଇଣ୍ଡିଆ ୨୦୨୩ ଇଭେଣ୍ଟରେ କମ୍ପାନୀ ଦେଶରେ ଜେନେରେ଼ଟିଭ୍‌ ଏଆଇ-କେନ୍ଦ୍ରିତ ଫିଚର୍ସର ଘୋଷଣା କରିଛି । କମ୍ପାନୀ କହିଛି, ସେମାନେ ଇମେଜ୍‌ ଏବଂ ଭିଡିଓକୁ ଅନେକ ଥର ଓଭର ଭ୍ୟୁ କରୁଛନ୍ତି ।

Pixel ୮ ଏବଂ ୮ Proର ସ୍ପେସିଫିକେସନ:

ସ୍ପେସିଫିକେସନ ବିଷୟରେ କହିବାକୁ ଗଲେ Pixel ୮ ରେ ଆପଣଙ୍କୁ ୬.୨ ଇଞ୍ଚର Actua ଡିସପ୍ଲେ ୧୨୦Hz ରିଫ୍ରେସ ରେଟ ମିଳିବ । ଏହା ୨୦୦୦ ନିଟ୍ସର ହାଇ ବ୍ରାଇଟନେସ ସହିତ ଆସିଥାଏ । Pixel 8 Pro re ୬. ୭ ଇଞ୍ଚର super actua ଡିସପ୍ଲେ ମିଳିଥାଏ ଯାହା ୧୨୦Hz ରିଫ୍ରେସ ରେଟକୁ ସପୋର୍ଟ କରିଥାଏ । ଏଥିରେ ଆପଣଙ୍କୁ ୨୪୦୦ ନିଟ୍ସର ହାଇ ବ୍ରାଇଟନେସ ମିଳିବ । ଏହି ଦୁଇଟି ସ୍ମାର୍ଟଫୋନ ଗୁଗଲର ଇନହାଉସ Tensor G3 ଚିପସେଟରେ କାମ କରିଥାଏ ।

ଫଟୋଗ୍ରାଫି ପାଇଁ Pixel ୮ରେ ଡୁଆଲ କ୍ୟାମେରା ସେଟଅପ ପାଇପାରିବେ , ଯେଉଁଥିରେ ୫୦MPର ପ୍ରାଇମରୀ କ୍ୟାମେରା ଏବଂ ୧୨MPର ଅଲଟ୍ରାୱାଇଡ କ୍ୟାମେରା ରହିଛି । Pixel ୮ Proରେ ଟ୍ରିପଲ କ୍ୟାମେରା ସେଟଅପ ରହିଛି, ଏଥିରେ ୪୮MPର ଅଲଟ୍ରାୱାଇଡ, ୫୦MPର ୱାଇଡ ଲେନ୍ସ ଏବଂ ୪୮MPର ଟେଲିଫଟୋ ଲେନ୍ସ 5x ଅପ୍ଟିକାଲ ଜୁମର କ୍ୟାମେରା ପାଇପାରିବେ । ଫ୍ରଣ୍ଟରେ ୧୦.୫MPର କ୍ୟାମେରା ରହିଛି । Pro ମଡେଲରେ ଟେମ୍ପରେଚର ସେନ୍ସର ମଧ୍ୟ ରହିଛି । ଏହା ସାହାଯ୍ୟରେ ଆପଣ ଶରୀରର ତାପମାତ୍ରା ମାପିପାରିବେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.