ଭାରତୀୟ ଟିମ୍‌କୁ ଝଟକା, ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଖେଳିବେନି ହାର୍ଦ୍ଦିକ ପାଣ୍ଡ୍ୟା

ଭାରତୀୟ ଟିମ୍‌ ପାଇଁ ଏବେ ବି ନିରାଶଜନକ ଖବର ରହିଛି । ଟିମର ଷ୍ଟାର ବୋଲର ହାର୍ଦ୍ଦିକ ପାଣ୍ଡ୍ୟା ଏପର୍ଯ୍ୟନ୍ତ ସୁସ୍ଥ ହୋଇନାହାନ୍ତି । ସେ ବିଶ୍ୱକପର ଆଗାମୀ ଦୁଇଟି ମ୍ୟାଚ୍‌ ଖେଳିପାରିବେ ନାହିଁ । ଇଂଲଣ୍ଡ ଏବଂ ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ହାର୍ଦ୍ଦିକ ଖେଳିବେ ନାହିଁ ବୋଲି ବିସିସିଆଇ କହିଛି ।

ବିଶ୍ୱକପ ୨୦୨୩ ମ୍ୟାଚରେ ରବିବାର ମୁହାଁମୁହିଁ ହେବେ ଭାରତ –ଇଂଲଣ୍ଡ । ତେବେ ଭାରତୀୟ ଟିମ୍‌ ପାଇଁ ଏବେ ବି ନିରାଶଜନକ ଖବର ରହିଛି । ଟିମର ଷ୍ଟାର ବୋଲର ହାର୍ଦ୍ଦିକ ପାଣ୍ଡ୍ୟା ଏପର୍ଯ୍ୟନ୍ତ ସୁସ୍ଥ ହୋଇନାହାନ୍ତି । ସେ ବିଶ୍ୱକପର ଆଗାମୀ ଦୁଇଟି ମ୍ୟାଚ୍‌ ଖେଳିପାରିବେ ନାହିଁ । ଇଂଲଣ୍ଡ ଏବଂ ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ହାର୍ଦ୍ଦିକ ଖେଳିବେ ନାହିଁ ବୋଲି ବିସିସିଆଇ କହିଛି । ହାର୍ଦ୍ଦିକ ପାଣ୍ଡ୍ୟା ବାଂଲାଦେଶ ବିପକ୍ଷ ମ୍ୟାଚରେ ଆହତ ହୋଇଥିଲେ । ଆଉ ଏଥିପାଇଁ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ଖେଳିପାରିନଥିଲେ ।

ଭାରତ –ଇଂଲଣ୍ଡ ମଧ୍ୟରେ ମ୍ୟାଚ୍‌ ୨୯ ଅକ୍ଟୋବରକୁ ଇକାନା ଷ୍ଟାଡିୟମରେ ଖେଳାଯିବ । ଆଉ ମ୍ୟାଚ୍‌ ପାଇଁ ହାର୍ଦ୍ଦିକ ଫିଟ୍‌ ହୋଇନାହାନ୍ତି ବୋଲି ବିସିସିଆଇର ଜଣେ ଅଧିକାରୀ କହିଛନ୍ତି । ହାର୍ଦ୍ଦିକଙ୍କ ଆଘାତ ଗମ୍ଭୀର ନଥିଲେ ମଧ୍ୟ ଏବେ ବୋଲିଂ କରିବାକୁ ସକ୍ଷମ ନୁହନ୍ତି । ବିସିସିଆଇ ଏପର୍ଯ୍ୟନ୍ତ ତାଙ୍କ ରିପ୍ଲେସମେଣ୍ଟ ବିଷୟରେ କିଛି ଚିନ୍ତା କରିନାହିଁ । ବିସିସିଆଇର ମେଡିକାଲ ଟିମଙ୍କ ପରାମର୍ଶରେ ହାର୍ଦ୍ଦିକଙ୍କ ଦେଖାଶୁଣା ହେଉଛି ।

ଭାରତୀୟ ଦଳର ଉପ-ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ଆହତ ହୋଇଥିଲେ । ତାଙ୍କ ବାମ ଗୋଡରେ ଆଘାତ ଲାଗିଛି। ପାଣ୍ଡ୍ୟାଙ୍କ ସ୍କାନ କରାଯାଇଛି । ଡାକ୍ତର ତାଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି । ସେ ବିସିସିଆଇର ମେଡିକାଲ ଟିମ୍‌ ତତ୍ତ୍ୱାବଧାନରେ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.