IAS ଅଧିକାରୀ ପୂଜକଙ୍କୁ ନିଜ ସିଟ୍‌ ଦେବାକୁ ନେଇ ବିବାଦ, ସ୍ପଷ୍ଟୀକରଣ ଦେଲେ ଅଧିକାରୀ

ଦକ୍ଷିଣ ପଶ୍ଚିମ ଦିଲ୍ଲୀର ଆଇଏଏସ୍ ଲକ୍ଷ୍ମୀ ସିଂଘଲ୍ ଜଣେ ବୟସ୍କ ବ୍ୟକ୍ତି ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଚେୟାରରେ ବସିଛନ୍ତି ଏବଂ ଜିଲ୍ଲାପାଳ ଲକ୍ଷ୍ମୀ ସିଂଘଲ୍ ତାଙ୍କୁ ଦୁଇ ଯୋଡ଼ି ସ୍ୱାଗତ କରୁଛନ୍ତି । ବେକରେ ଉତ୍ତରୀୟ ପକାଉଛନ୍ତି । ଭିଡିଓ ସାମ୍ନାକୁ ଆସିବା ମାତ୍ରେ ପ୍ରଶ୍ନ ଉଠିଥିଲା ।

ୟୁପିଏସସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଆଇଏଏସ ଅଧିକାରୀ ହୋଇଥିବା ଯୁବକ ନିଜ ଚେୟାରରେ ଜଣେ ଗୁରୁଜୀଙ୍କୁ ବସାଇ ଏବେ ଚର୍ଚ୍ଚାରେ । ଏହାର ଭିଡିଓ ଏବେ ଭାଇରଲ ହେବାରେ ଲାଗିଛି । ଆଉ ଭିଡିଓ ଭାଇରଲ ହେବା ପରେ ଆଇଏଏସ ଅଧିକାରୀ ଲକ୍ଷ୍ମୀ ସିଙ୍ଘଲଙ୍କୁ ସ୍ପଷ୍ଟୀକରଣ ଦେବାକୁ ପଡିଛି ।

ଦିଲ୍ଲୀରେ ଅବସ୍ଥାପିତ ଆଇଏଏସ୍ ଅଧିକାରୀ ଲକ୍ଷ୍ମୀ ସିଙ୍ଘଲ ଡିଏମ୍ ପଦରେ ନିଯୁକ୍ତ ହେବା ପରେ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଚେୟାରରେ ନିଜ ଗୁରୁଜୀଙ୍କୁ ବସାଇ ସମ୍ମାନିତ କରିଥିଲେ । ଯାହାର ଭିଡିଓ ଭାଇରଲ ହୋଇଥିଲା । ଆଉ ଭିଡିଓ ଭାଇରଲ ହେବା ପରେ ତାଙ୍କର ଏଭଳି କାମକୁ ନେଇ ଏବେ ଅନେକ ଚର୍ଚ୍ଚା ହେଉଛି ।

ଭିଡିଓ ସାମ୍ନାକୁ ଆସିବା ପରେ ଜଣେ ସରକାରୀ ଅଧିକାରୀଙ୍କ ଚୌକିରେ ଅନ୍ୟ ଜଣେ ବ୍ୟକ୍ତିଙ୍କ ବସିବା ନେଇ ବିବାଦ ଆରମ୍ଭ ହୋଇଥିଲା । ଶେଷରେ, ଆଇଏଏସ୍ ଲକ୍ଷ୍ମୀ ସିଂଘଲଙ୍କୁ ଏହି ସମଗ୍ର ବିଷୟ ନେଇ ସ୍ପଷ୍ଟୀକରଣ ଦେବାକୁ ପଡ଼ିଲା ।

ଘଟଣାଟି ଦକ୍ଷିଣ ପଶ୍ଚିମ ଦିଲ୍ଲୀର ଆଇଏଏସ୍ ଲକ୍ଷ୍ମୀ ସିଂଘଲ୍ ଜଣେ ବୟସ୍କ ବ୍ୟକ୍ତି ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଚେୟାରରେ ବସିଛନ୍ତି ଏବଂ ଜିଲ୍ଲାପାଳ ଲକ୍ଷ୍ମୀ ସିଂଘଲ୍ ତାଙ୍କୁ ଦୁଇ ଯୋଡ଼ି ସ୍ୱାଗତ କରୁଛନ୍ତି । ବେକରେ ଉତ୍ତରୀୟ ପକାଉଛନ୍ତି । ଭିଡିଓ ସାମ୍ନାକୁ ଆସିବା ମାତ୍ରେ ପ୍ରଶ୍ନ ଉଠିଥିଲା । ଏହାପରେ ଦିଲ୍ଲୀର ରାଜସ୍ବ ବିଭାଗ ପକ୍ଷରୁ ସିଂଘଲଙ୍କୁ କୈଫିୟତ୍ ମଗାଗଲା । ସେ ତାଙ୍କ ସ୍ପଷ୍ଟୀକରଣରେ କହିଛନ୍ତି ଯେ, ଚେୟାରରେ ବସିଥିବା ବୃଦ୍ଧ ଜଣେ ପୁରୋହିତ। ସେ ତାଙ୍କ ଲାଗି ପିତୃତୁଲ୍ୟ ବ୍ୟକ୍ତି ଥିଲେ, ତେଣୁ ସିଂଘଲ୍ ନିଜ ଚେୟାରରେ ବସାଇ ତାଙ୍କୁ ସମ୍ମାନିତ କରିଥିଲେ।

ଏହି ଭିଡିଓକୁ ନେଇ ଅନେକ ପ୍ରଶ୍ନ ଉଠିଛି । ଡା. ଅହତେଶମ୍ ସିଦ୍ଦିକି ଲେଖିଛନ୍ତି, ଯେ ‘ଦକ୍ଷିଣ ପଶ୍ଚିମ ଦିଲ୍ଲୀର DM IAS ଲକ୍ଷ୍ମୀ ସିଂଘଲ ହନୁମାନ ମନ୍ଦିରର ପୂଜାରୀ ସତିଶ ଜି ମହାରାଜଙ୍କୁ ଜିଲ୍ଲା ମାଜିଷ୍ଟ୍ରେଟଙ୍କର ସିଟ୍ ଦେଇଛନ୍ତି । ପୂଜାରୀଙ୍କୁ ସିଟରେ ବସାଇବା ସହ ସ୍ୱାଗତ ମଧ୍ୟ ଜଣାଇଛନ୍ତି । ତେବେ ପ୍ରଶ୍ନ ଉଠିଛି ଯେ, IAS ଆସୋସିଏସନ କଣ ଏହା ଠିକ୍ ? ସେହିପରି ଅନ୍ୟ ଜଣେ ଲେଖିଛିନ୍ତି ଯେ, ଶ୍ରଦ୍ଧା ଓ ବିଶ୍ୱାସ ମନ୍ଦିରରେ କରାଯାଏ, ସରକରୀ ଅଫିସରେ ନୁହେଁ ।

ସେହିପରି ଅର୍ଜୁନ ନାମକ ଜଣେ ବ୍ୟକ୍ତି ଲେଖିଛନ୍ତି ଯେ, ବଡ ଲୋକ ଓ ବୟସ୍କ ଲୋକଙ୍କୁ ସମ୍ମାନ କରିବା ଭୁଲ ନୁହେଁ, ଏହାତ ଆମ ସଂସ୍କୃତି । ଏହି ଭିଡିଓରେ ଅନ୍ୟ ଜଣେ ଲେଖିଛନ୍ତି, ଜଣାପଡୁଛି ଯେ, IAS ଅଫିସର କେତେ ସରଳ । ଏହାକୁ ନେଇ ବିବାଦ କରିବା ବେକାର କଥା । ଜଣେ ଲେଖିଛନ୍ତି କି, କାହାର ସମ୍ମାନ କରିବା ଭୁଲ ନୁହେଁ, ହେଲେ ନିଜ ସିଟର ସମ୍ମାନ ପ୍ରତି ଧ୍ୟାନ ଦେବା ମଧ୍ୟ ଜରୁରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.