ମୋବାଇଲରେ ବାଜୁଛି କି ଆଲାର୍ମ ? ଭୟଭୀତ ହୁଅନ୍ତୁ ନାହିଁ ; ଜାଣନ୍ତୁ କାରଣ

ମୋବାଇଲ ବ୍ୟବହାର କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ବିଜ୍ଞପ୍ତି। ଆଜି ସକାଳୁ ସକାଳୁ ମୋବାଇଲକୁ ଆସୁଛି ଏମରଜେନ୍ସି ଆଲର୍ଟ । ମୋବାଇଲରେ ଜରୁରୀକାଳୀନ ସୂଚନା ଦେବା ଭଳି ଏକ ମେସେଜ୍ ଆସୁଛି ।ଲୋକଙ୍କୁ ଆଲର୍ଟ କରିବା ଲାଗି ଏହି ମେସେଜ ଉଦ୍ଦିଷ୍ଟ ରହିଛି ।

ଭୁବନେଶ୍ୱର (କେନ୍ୟୁଜ): ମୋବାଇଲ ବ୍ୟବହାର କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ବିଜ୍ଞପ୍ତି। ଆଜି ସକାଳୁ ସକାଳୁ ମୋବାଇଲକୁ ଆସୁଛି ଏମରଜେନ୍ସି ଆଲର୍ଟ । ମୋବାଇଲରେ ଜରୁରୀକାଳୀନ ସୂଚନା ଦେବା ଭଳି ଏକ ମେସେଜ୍ ଆସୁଛି । ଯାହାକୁ ଦେଖି ଅନେକ ଆଶଙ୍କାରେ ପଡିଛନ୍ତି। କିନ୍ତୁ ଏଠାରେ ଆପଣ ଭୟଭୀତ ହୁଅନ୍ତୁ ନାହିଁ । ଏହାକୁ ଏକ ପରୀକ୍ଷାମୂଳକ ଭାବେ ଲୋକଙ୍କ ପାଖକୁ ପଠାଯାଉଛି ।

ଲୋକଙ୍କୁ ଆଲର୍ଟ କରିବା ଲାଗି ଏହି ମେସେଜ ଉଦ୍ଦିଷ୍ଟ ରହିଛି । ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ କର୍ତ୍ତୃପକ୍ଷଙ୍କ ସହଯୋଗରେ ଭାରତ ସରକାରଙ୍କ ଟେଲିକମ ବିଭାଗ ପକ୍ଷରୁ ଏହି ବାର୍ତ୍ତା ପଠାଯାଇିଥିବା ସୂଚନା ମିଳିଛି । ଟ୍ରାଏଲ ଭିତ୍ତିରେ ମୋବାଇଲକୁ ଆସୁଛି ଏପରି ମେସେଜ । ସମ୍ଭାବ୍ୟ ବିପତ୍ତି ବେଳେ ଲୋକଙ୍କୁ ଆଲର୍ଟ କରିବା ଲାଗି ଏହି ମେସେଜ ପଠାଯାଇଛି । ତେବେ ଏନେଇ ଭୟଭିତ୍ତ ହେବାର କୌଣସି କାରଣ ନଥିବା ଏକ ପ୍ରକାର ସ୍ପଷ୍ଟ ହୋଇଛି। ଅଗଷ୍ଟରେ ପ୍ରଥମ ଥର ପାଇଁ ଏଭଳି ପରୀକ୍ଷା କରାଯାଇଥିଲା । ଏବେ ସୁଦ୍ଧା ୬ଥର ଏମିତି ପରୀକ୍ଷା କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.