Below header

ଛାତ୍ର ମାଡ଼ରେ ଗୁରୁତର ଅଧ୍ଯାପକଙ୍କ ମୃତ୍ୟୁ, ୯ ମାସ ଧରି ହେଉଥିଲେ ଚିକିତ୍ସା

ସମ୍ବଲପୁରରେ କଲେଜ ଛାତ୍ର ମାଡ଼ରେ ଗୁରୁତର ଅଧ୍ଯାପକଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ । ୯ ମାସ ପରେ ବୁର୍ଲା ମେଡ଼ିକାଲରେ ତାଙ୍କର ମୃତ୍ଯୁ ଘଟିଛି । ଗତକାଲି ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଯାଇଛି । ମୃତ ଅଧ୍ଯାପକ ଜଣକ ହେଲେ ଝାରସୁଗୁଡା ଏଚ. କଟାପାଲି କଲେଜର ଅମିତ କୁମାର ବାରିକ ।

ସମ୍ବଲପୁର (କେନ୍ୟୁଜ): ସମ୍ବଲପୁରରେ କଲେଜ ଛାତ୍ର ମାଡ଼ରେ ଗୁରୁତର ଅଧ୍ଯାପକଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ । ୯ ମାସ ପରେ ବୁର୍ଲା ମେଡ଼ିକାଲରେ ତାଙ୍କର ମୃତ୍ଯୁ ଘଟିଛି । ଗତକାଲି ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଯାଇଛି । ମୃତ ଅଧ୍ଯାପକ ଜଣକ ହେଲେ ଝାରସୁଗୁଡା ଏଚ. କଟାପାଲି କଲେଜର ଅମିତ କୁମାର ବାରିକ।

ଗତ ଫେବ୍ରୁଆରୀରେ କୌଣସି କଥାକୁ ନେଇ ଛାତ୍ର ରାଜେଶ କୁମାର ସହିସକୁ ଅଧ୍ଯାପକ ଆକଟ କରିବାରୁ ସେ ତାଙ୍କୁ ମାଡ଼ ମାରି ଲହୁ ଲୁହାଣ କରିଥିଲେ। ଏହାପରେ ଗୁରୁତର ଅବସ୍ଥାରେ ଅଧ୍ୟାପକ ଅମିତ ବାରିକଙ୍କୁ ଚିକିତ୍ସା ପାଇଁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ୯ ମାସ ଧରି ଚିକିତ୍ସା ହେବା ପରେ ଗତ ବିଳମ୍ବିତ ରାତିରେ ଅଧ୍ୟାପକଙ୍କ ମୃତ୍ୟୁ ଘଟିଛି । ଘଟଣା ଦିନ ସକାଳେ ଶ୍ରେଣୀକୁ ବିଳମ୍ବରେ ଆସିଥିବାରୁ ଅମିତ ରାଜେସକୁ ତାଗିଦ କରିଥିଲେ । ଏହାକୁ ନେଇ ଖୁବ ବଚସା ମଧ୍ୟ ହୋଇଥିଲା । ଏହାପରେ ରାଜେଶ ରାଗରେ ଅମିତଙ୍କୁ ଆକ୍ରମଣ କରିଥିଲେ । ୯ ମାସ ଧରି ଚିକିତ୍ସିତ ହେବା ପରେ ଗତକାଲି ତାଙ୍କର ମୃତ୍ୟୁ ହୋଇଯାଇଛି । ଘଟଣାରେ ଅଭିଯୁକ୍ତ ଛାତ୍ର ରାଜେଶକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.