ଆଜି ହେଉଛି ମହାପ୍ରଭୁଙ୍କ ପ୍ରସିଦ୍ଧ ଘୋଷଯାତ୍ରା, ବଡ଼ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ନେଇ ମାଉସୀ ଘରକୁ ଯିବେ ଶ୍ରୀଜିଉ

ପୁରୀ(କେନ୍ୟୁଜ୍) : ଆଜି ହେଉଛି ମହାପ୍ରଭୁଙ୍କ ପ୍ରସିଦ୍ଧ ଘୋଷଯାତ୍ରା। ମହାପ୍ରଭୁ ଶ୍ରୀଜଗନ୍ନାଥ,ବଡ଼ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ନେଇ ତାଙ୍କ ମାଉସୀ ଘରକୁ ଯିବେ। ଏଥିପାଇଁ ସିଂହଦ୍ୱାର ଆଗରେ ସୁସଜ୍ଜିତ ହୋଇ ରହିଛି ତିନି ରଥ। ରଥ ଉପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ ସହ ରଥ ଦଉଡିକୁ ଟାଣିବାକୁ ଭକ୍ତଙ୍କ ଆବେଗ କହିଲେ ନସରେ । ଭଜନ ଓ କୀର୍ତ୍ତନରେ କମ୍ପୁଛି ବଡ଼ଦାଣ୍ଡ। ବଡ଼ଦାଣ୍ଡରେ ଆଜି ହେବ ଭକ୍ତ ଓ ଭଗବାନଙ୍କ ମିଳନ। ଆଜି ସକାଳ ୯ଟାରେ ମଦନମୋହନ, ବଳଭଦ୍ର, ସୁଭଦ୍ରା ଓ ମହାପ୍ରଭୁ ଜଗନ୍ନାଥଙ୍କ ପହଣ୍ଡି କରାଯିବ। ଅପରାହ୍ନ ୪ଟାରେ ରଥଟଣା ଆରମ୍ଭ କରିବାକୁ ନୀତିନିର୍ଘଣ୍ଟ କରିଛି ଶ୍ରୀମନ୍ଦିର ପ୍ରଶାସନ।

କ’ଣ ରହିଛି ନୀତିନିର୍ଘଣ୍ଟ ସମୟ :

୯ଟାରେ ରଥ ପ୍ରତିଷ୍ଠା, ୯ଟା ୧୫ରେ ମଙ୍ଗଳାର୍ପଣ, ୯ଟା ୩୦ରେ ପହଣ୍ଡି ଆରମ୍ଭ ହୋଇ ୧୨ଟା ୩୦ରେ ଶେଷ ହେବ। ମଧ୍ୟାହ୍ନ ୧୨ଟା ୩୦ରୁ ୧ଟା ଭିତରେ ମଦନମୋହନ ବିଜେ, ୧ଟା ୩୦ରୁ ୨ଟାରେ ଚିତା ଲାଗି ଓ ୧ଟା ୩୦ରୁ ୨ଟା ୩୦ରେ ବେଶ ଶେଷ ହେବ। ୨ଟାରୁ ୩ଟା ଭିତରେ ଛେରାପହଁରା କରାଯିବ। ଅପରାହ୍ଣ ୩ଟାରୁ ଚାରମାଳ ଫିଟା, ଘୋଡ଼ା ଓ ସାରଥୀ ଲାଗିବ। ୪ଟା ପରେ ରଥଟଣା ଆରମ୍ଭ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.