Below header

ଆଜି ଶ୍ରାବଣ ମାସର ୨ୟ ସୋମବାର, ଝୁଲାପୋଲ ଦେଇ ଧବଳେଶ୍ୱରଙ୍କ ପୀଠରେ ଜଳଲାଗି କରିଛନ୍ତି କାଉଡିଆ

ଭୁବନେଶ୍ୱର(କେନ୍ୟୁଜ୍): ଆଜି ଶ୍ରାବଣ ମାସର ୨ୟ ସୋମବାର । ଆଜି ଦିନରେ ମହାଦେବଙ୍କୁ ଜଳଲାଗି କଲେ କୋଟି ପୁଣ୍ୟ ମିଳେ ବୋଲି ବିଶ୍ୱାସ ରହିଛି । ଦୀର୍ଘ ୨ବର୍ଷ କୋଭିଡ କଟକଣା ପରେ ବାବା ଧବଳେଶ୍ୱରଙ୍କ ପୀଠରେ ଜଳଲାଗି କରିବାର ସୁଯୋଗ ପାଇଛନ୍ତି କାଉଡିଆ । ଧବଳେଶ୍ୱରଙ୍କ ପୀଠକୁ ବାହୁଙ୍ଗି ସମ୍ପୂର୍ଣ୍ଣ ବାରଣ କରାଯାଇଛି । ଝୁଲାପୋଲ ଦେଇ କେବଳ ପାଣି କଳସ ଓ ଭୋଗ ନେଇ ଯାଇ ପାରିବେ ଶ୍ରଦ୍ଧାଳୁ ।

ଭୋର ୩ଟାରୁ ମନ୍ଦିର ଫିଟାଯାଇ ଦର୍ଶନ ଓ ଜଳଲାଗି କରାଯିବା ପାଇଁ ପୂଜକ ସମିତି ପକ୍ଷରୁ ବ୍ୟବସ୍ଥା କରାଯାଇଛି । ପ୍ରଶାସନ ପକ୍ଷରୁ ଝୁଲାପୋଲଠୁ ଆରମ୍ଭ କରି ମନ୍ଦିର ବେଢା ଯାଏ ସବୁଠି ବ୍ୟାରିକେଟର ବ୍ୟବସ୍ଥା ହୋଇଛି । ଶାନ୍ତି ଶୃଙ୍ଖଳାରେ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ୩ ପ୍ଲାଟୁନ ପୋଲିସ ଫୋର୍ସ, ୩ ଜଣ ଡିଏସପି , ୩ଜଣ ଇନସପେକ୍ଟର, ୯ଜଣ ସବ ଇନସପେକ୍ଟରଙ୍କ ସହ ଅନ୍ୟାନ୍ୟ ଅଧିକାରୀ ସୁରକ୍ଷା ଦାୟିତ୍ୱରେ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.