Below header

ତାଳଚେର: ଲାଇନଚ୍ୟୁତ ହୋଇ ଗୋଟିଏ ପଟକୁ ମାଡିଗଲା କୋଇଲା ବୋଝେଇ ଟ୍ରେନ, ଟ୍ରାକରେ କାମ କରୁଥିବା ଶ୍ରମିକଙ୍କ ଚାଲିଗଲା ଜୀବନ

ତାଳଚେର(କେନ୍ୟୁଜ୍):ତାଳଚେର ଭରତପୁର ସାଇଡିଂରୁ କୋଇଲା ଲୋଡ଼କରି ଏକ ମାଲବାହୀ ଟ୍ରେନ ତାଳଚେର ଷ୍ଟେସନକୁ ଆସୁଥିବାବେଳେ ଜଗନ୍ନାଥ କୋଇଲାଖଣିର ୧ନମ୍ବର ସାଇଡିଂ ଠାରେ ଲାଇନଚ୍ୟୁତ ହୋଇଥିଲା। ଏହି ସମୟରେ  ଗୋଟିଏ ପଟକୁ ମାଡିଯିବା  ଫଳରେ ସେଠାରେ ଟ୍ରେନ ଟ୍ରାକ କାର୍ଯ୍ୟ କରୁଥିବା ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି ।ମୃତ ଶ୍ରମିକ ଜଣକ ହେଲେ ରଘୁନାଥ ଗୌଡ ଓ  ସେ ନବରଙ୍ଗପୁର ଅଞ୍ଚଳର ବୋଲି ଜଣାପଡିଛି ।

talcher 3

ସୂଚନା ଅନୁସାରେ ଆଜି ଗୋଟିଏ ମାଲବାହୀ ଟ୍ରେନ ଭରତପୁର ସାଇଡିଂରୁ କୋଇଲା ନେଇ ତାଳଚେର ଷ୍ଟେସନ ଆଡକୁ ଆସୁଥିଲା। ଏହି ସମୟରେ ଜଗନ୍ନାଥ ଖଣି ସ୍ଥିତ ୧ ନମ୍ବର ରେଲୱେ ସାଇଡିଂ ଠାରେ ଲାଇନଚ୍ୟୁତ ହୋଇ ଗୋଟିଏ ପଟକୁ ମାଡିଯାଇଥିଲା । ସେଠାରେ ଟ୍ରାକ କାର୍ଯ୍ୟ କରୁଥିବା ୧୯ଜଣ ଶ୍ରମିକ ଦୌଡି ପଳାଇଥିଲେ ହେଲେ ଜଣେ ଶ୍ରମିକ ଟ୍ରେନ ବଗିରେ ଚାପିହୋଇ ରହିଯାଇଥିଲେ । ଯାହା ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତୁ ଘଟିଛି ।

talcher

ଘଟଣା ସ୍ଥଳରେ କଲିୟାରି ପୋଲିସ ପହଞ୍ଚି ମୃତ ଦେହକୁ ଉଦ୍ଧାର କରି ଘଟଣାର ଅଧିକ ତଦନ୍ତ ଜାରୀ ରଖିଛି ।  ରେଳବିଭାଗର ଅଧିକାରୀମାନେ ପହଞ୍ଚି ଶ୍ରମିକ ମାନଙ୍କ ସହ ଆଲୋଚନା ଜାରିରଖିବା ସହ କେଉଁ ପରିସ୍ଥିତିରେ ଟ୍ରେନଟି ଲାଇନଚ୍ୟୁତ  ହେଲା ତାହାର ତଦନ୍ତ ଜାରି ରଖିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.