Below header

ଚାଣକ୍ୟ ନୀତି : ଲୋକଙ୍କୁ ଚିହ୍ନିବାକୁ ହେଲେ ଚାଣକ୍ୟଙ୍କ ଏହି କଥାକୁ ଧ୍ୟାନ ଦିଅନ୍ତୁ

ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତିର ପ୍ରାସଙ୍ଗିକତା ଆଜି ବି ସମାଜରେ ପ୍ରଚଳିତ । ମହାନ ଅର୍ଥଶାସ୍ତ୍ରୀ ଆଚାର୍ଯ୍ୟ ଚାଣକ୍ୟଙ୍କର ରାଜନୈତିକ, ସାମାଜିକ, ଆର୍ଥିକ ଓ ଦାର୍ଶନିକ ବିଷୟରେ ଗଭୀର ଜ୍ଞାନ ଥିଲା । ଚାଣକ୍ୟଙ୍କ ନୀତି ଆଧାରରେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ମଗଧର ସମ୍ରାଟ ହୋଇ ପାରିଥିଲେ । ଆଜି ଆସନ୍ତୁ ଜାଣିବା ଆଚାର୍ଯ୍ୟ ଚାଣକ୍ୟଙ୍କ ଏପରି କିଛି କଥା ଯାହା ଆପଣଙ୍କୁ ଲୋକ ପରିଖିବାରେ ସାହାଯ୍ୟ କରିବ ।

୧.  ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି ଯେ ପ୍ରଳୟ ଆସିବା ବେଳେ ସମୁଦ୍ର ବି ତା’ର ଧୈର୍ଯ୍ୟ ହରାଇ ଦିଏ । ମର୍ଯ୍ୟାଦା ଭୂଲି କୂଳକୁ ଧ୍ୱସ୍ତ ବିଧ୍ୱସ୍ତ କରିଦିଏ । ହେଲେ ସଜ୍ଜନ ବ୍ୟକ୍ତି କୌଣସି ବି ପରିସ୍ଥିତିରେ ନିଜର ଧୈର୍ଯ୍ୟ ହରାଇ ନଥାନ୍ତି । ହେଲେ ସମୟ ସହିତ ଏପରି ସଜ୍ଜନ ଲୋକଙ୍କ ଅଭାବ ଦେଖିବାକୁ ମିଳୁଛି ।

୨. କୋଇଲି କଳା ହେଲେ ମଧ୍ୟ ଯେପରି ନିଜର ସୁମଧୁର ସ୍ୱର ପାଇଁ ସୁନ୍ଦର କୁହାଯାଇଥାଏ । ସେପରି ଜଣେ ସ୍ତ୍ରୀ ର ସୌନ୍ଦର୍ଯ୍ୟ ତା’ର ଗୁଣ ଓ ପରିବାର ପ୍ରତି ସମର୍ପଣରୁ ଜଣାପଡ଼େ । ସେହିପରି ଜଣେ ଅସୁନ୍ଦର ଲୋକର ସୌନ୍ଦର୍ଯ୍ୟ ତା’ର ଜ୍ଞାନ ଓ କ୍ଷମାଶୀଳ ସ୍ୱଭାବରୁ ଜଣାପଡ଼େ ।

୩. ଚାଣକ୍ୟ କୁହନ୍ତି ବ୍ୟକ୍ତି ଚାହେଁ ଯେତେ ବି ରୂପବାନ ହେଉ ଯଦି ସେ ବିଦ୍ୟା ପ୍ରାପ୍ତ କରିନାହିଁ । ତେବେ ତା’ର ସ୍ଥିତି ପଳାସ ଫୁଲ ପରି । ଯେପରି ପଳାସ ଏତେ ସୁନ୍ଦର ହୋଇଥିଲେ ବି ବାସ୍ନା ନଥିବାରୁ ଲୋକଙ୍କ ଆଦର ପାଇ ନଥାଏ ।

୪. ଚାଣକ୍ୟ କୁହନ୍ତି ଯେ ଜଣେ ଦୁର୍ଜନ ବ୍ୟକ୍ତି ସାପ ଠାରୁ ବି ଭୟଙ୍କର ହୋଇଥାଏ । ସାପ ସେତେବେଳେ କାମୁଡି ଥାଏ ଯେତେବେଳେ ତା’ ଉପରେ ଆକ୍ରମଣ ହୋଇଥାଏ । ହେଲେ ଦୁର୍ଜନ ବ୍ୟକ୍ତି ଯେତେବେଳେ ମୌକା ମିଳିଥାଏ, ସେତେବେଳେ ଆପଣଙ୍କୁ କ୍ଷତି ପହଞ୍ଚାଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.