Below header

ଅଫଲାଇନରେ ହେବନି ପରିବହନ ବିଭାଗର କୌଣସି ବି କାମ, ନୂଆବର୍ଷରୁ ଆସୁଛି ବଡ଼ ସଂସ୍କାର

ଭୁବନେଶ୍ବର(କେନ୍ୟୁଜ୍):  ପରିବହନ ବିଭାଗରେ ଏବେ ସବୁକିଛି ଅନଲାଇନ୍‌ । ଅଫଲାଇନରେ ହେବନି କୌଣସି କାମ । ନୂଆବର୍ଷରୁ ବଡ଼ ସଂସ୍କାର ଆଣିବାକୁ ପରିବହନ ବିଭାଗର ଉଦ୍ୟମ । ଡ୍ରାଇଭିଂ ଲାଇସେନ୍ସ ଠାରୁ ଆରମ୍ଭ କରି ଗାଡ଼ି ପରମିଟ୍‌ ଭଳି ସମସ୍ତ କାର୍ଯ୍ୟ ଏଣିକି ଅନଲାଇନ୍‌ରେ ହେବ ।

ବିଭିନ୍ନ ସମୟରେ ଅଭିଯୋଗ ଆସୁଥିଲା, ଏହି ସବୁ କାର୍ଯ୍ୟରେ ଦଲାଲ ମାନଙ୍କ ଭୂମିକା ରହୁଥିଲା । ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ବିଭାଗ ପକ୍ଷରୁ ସମସ୍ତ କାର୍ଯ୍ୟ ଅନଲାଇନ୍‌ ମାଧ୍ୟମରେ କରିବାକୁ ନଷ୍ପତ୍ତି ନିଆଯାଇଛି । ଯାହା ଆସନ୍ତାକାଲିଠୁ ଲାଗୁ ହେବ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.