ମରିବା ପାଇଁ ଚାଲିଗଲେ ବାଘ ସାମ୍ନାକୁ! ଯନ୍ତ୍ରଣା ଅସହ୍ୟ ହେବାରୁ ଶେଷରେ ଗୁଳି କରି ବାଘକୁ ମାରିଦେଲେ

ମରିବା ପାଇଁ ଜଣେ ବ୍ୟକ୍ତି ରାତାରାତି ଚାଲିଗଲେ ବାଘ ସାମ୍ନାକୁ। ପରେ ନିଜ ହାତ ବାଘ ମୁହଁକୁ ଦେଇଦେଲେ। ଖବରଟି ଶୁଣିଲେ ଯେତିକି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣା ଟି ଏକଦମ ସତ। ଏହାପରେ ଯାହା ଘଟିଲା ତାହା ସୋସିଆଲ ମିଡିଆରେ ପୁରା ଚର୍ଚ୍ଚାର ବିଷୟ ପାଲଟିଛି।
ବ୍ୟକ୍ତି ଜଣକ ସାହସ ଦେଖାଇ ବାଘ ପାଖକୁ ତ ଚାଲିଗଲେ। କିନ୍ତୁ ଯେତେବେଳେ ଯନ୍ତ୍ରଣା ଆରମ୍ଭ ହେଲା। ସେତେବେଳେ ସେହି ବ୍ୟକ୍ତିକୁ ଅନୁଭବ ହେଲା ଯେ ମରିବା କେତେ କଷ୍ଟ। ପରେ ନିଜେ କଣ ମରିବେ ବାଘକୁ ମାରି ଦେଇ ଚାଲିଆସିଲେ । ଗୁଳି ମାରି ବାଘର ହତ୍ୟା କଲେ ।

ଏହି ଘଟଣା ଆମେରିକାରେ ଘଟିଛି। ଆମେରିକାର ଫ୍ଲୋରିଡାର ନେପଲ୍ସଜୁର ୨୬ ବର୍ଷା ଜଣେ ଯୁବକ। ଯାହାଙ୍କ ନାମ ହେଉଛି ରିବର ରୋଜେନାକ୍ୱିଷ୍ଟ। ଏହି ଯୁବକ ଜଣକ ନିଜ ମୃତ୍ୟୁ ପାଇଁ ଯନ୍ତାରେ ଥିବା ବାଘ ପାଖକୁ ଚାଲିଗଲେ। ନିଜ ହାତକୁ ବାଘ ସାମ୍ନାକୁ ବଢ଼ାଇଲେ । ପରେ ବାଘ ମଧ୍ୟ ଯୁବକର ହାତକୁ ଟାଣିନେବାକୁ ଚେଷ୍ଟା କଲା। ଯୁବକ ଜଣକ ଚିଡ଼ିଆଖାନାକୁ ପ୍ରବେଶ କଲାପରେ ଲୋକମାନଙ୍କୁ କହିକି ଯାଇଥିଲେ ଯେ, ସେ ମରିବାକୁ ଯାଉଛି। କିନ୍ତୁ ଆଶ୍ଚର୍ଯ୍ୟ ଘଟଣା ତା ପରେ ଘଟିଲା।
ଯେବେ ବାଘ ଫାଶରେ ଯୁବକ ଜଣକ ଫସିଲା। ସେତେବେଳେ ତାଙ୍କୁ ଯନ୍ତ୍ରଣା ଆରମ୍ଭ ହେଲା। ପରେ ସେ ଭୟରେ ବାଘକୁ ଗୁଳି ମାରି ବାଘର ଜୀବନ ନେଇଗଲା। ଏହି ଖବର ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ହୋଇଛି। ପ୍ରଥମେ ଯୁବକ ଜଣକ ବାଘ ମୁହଁରୁ ନିଜ ହାତ ବାହାର କରିବାକୁ ଚେଷ୍ଟା କରିଥିଲେ। ବିଫଳ ହେଲା ପରେ ବାଘକୁ ଗୁଳି ମାରିଦେଲେ। ଏହାପରେ ଯୁବକ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଗଲା।