Below header

ଟ୍ରକ୍‌ ଡ୍ରାଇଭରଙ୍କୁ ମାଡ଼ ମାରି ମୋବାଇଲ ଓ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ

ଆନନ୍ଦପୁର(କେ ନ୍ୟୁଜ): ଆନନ୍ଦପୁର ଉପଖଣ୍ଡ ଧକୋଠା ନିକଟରେ ଟ୍ରକ୍‌ ଡ୍ରାଇଭରଙ୍କଠାରୁ ଲୁଟ୍‌ ହୋଇଥିବା ନେଇ ଅଭିଯୋଗ ଆସିଛି । ମାଡ ମାରିବା ସହ ମୋବାଇଲ ଓ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ପୋଲିସ ଘଟଣାର ତଦନ୍ତ କରୁଛି । ଲୁହାପଥର ବୋଝେଇ ଟ୍ରକ ଡ୍ରାଇଭରକୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି ।

ସଂପୃକ୍ତ ଡ୍ରାଇଭର ଜଣଙ୍କ ଲୁହାପଥର ଲୋଡ୍‌ କରି ପାରାଦୀପ ଯାଉଥିବା ସମୟରେ, କିଛି ଦୁର୍ବୃତ୍ତ ତାଙ୍କୁ ଅଟକାଇ ରାହାଜାନୀ କରିଥିବା ଅଭିଯୋଗ କରିଛନ୍ତି ଡ୍ରାଇଭର। ଡ୍ରାଇଭର ଜଣକ ଗୁରୁତର ଅବସ୍ଥାରେ ଆନନ୍ଦପୁର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ପୋଲିସ ଘଟଣାର ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.