ଖୁବ୍‌ଶୀଘ୍ର ଓଟିଟି ପ୍ଲାଟଫର୍ମ ପାଇଁ ଜାରି ହେବ ନିର୍ଦ୍ଦେଶନାମା, ଘୋଷଣା କଲା ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ

କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ଆଜି ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ମନ୍ତ୍ରାଳୟ ଖୁବ୍‌ଶୀଘ୍ର ଓଟିଟି ପ୍ଲାଟଫର୍ମ ପାଇଁ ନିର୍ଦ୍ଦେଶନାମା ଜାରି କରିବ। କାରଣ, ଷ୍ଟ୍ରିମିଙ୍ଗ୍‌ ପ୍ଲାଟଫର୍ମରେ ଉପଲବ୍ଧ କିଛି େଓ୍ଵବ୍‌ ସିରିଜ୍‌ ବିରୋଧରେ ମନ୍ତ୍ରାଳୟକୁ ଅନେକ ଅଭିଯୋଗ ଆସୁଛି।

ଓଟିଟି ପ୍ଲାଟଫର୍ମ ଏବଂ ଡିଜିଟାଲ ନ୍ୟୁଜ୍‌ପେପରରେ ଜାରି ଫିଲ୍ମ ଓ େଓ୍ଵବ୍‌ ସିରିଜ୍‌ ପ୍ରେସ୍‌ ପରିଷଦ ଅଧିନିୟମ, କେବୁଲ ଟେଲିଭିଜନ ନେଟ୍‌ଓ୍ଵାର୍କ(ରେଗୁଲେଶନ) ଅଧିନିୟମ କିମ୍ବା ସେନ୍ସର ବୋର୍ଡ ଅଧିନରେ ଆସୁନାହିଁ। ତେଣୁ ଆମେ ଜଲ୍‌ଦି ଓଟିଟି ପ୍ଲାଟଫର୍ମ ପାଇଁ କିଛି ନିର୍ଦ୍ଦେଶନାମା ନେଇ ଆସିବୁ ବୋଲି ମନ୍ତ୍ରୀ ଜାଭଡେକର କହିଛନ୍ତି। ସେ ଏହା ମଧ୍ୟ ଘୋଷଣା କରିଛନ୍ତି କି, ସମସ୍ତ କୋଭିଡ୍‌-୧୯ ସମ୍ବନ୍ଧିତ ପ୍ରୋଟୋକଲ୍‌ ପାଳନ କରି ୧ ଫେବୃଆରୀରୁ ସିନେମା ହଲ୍‌ଗୁଡ଼ିକରେ ପୂର୍ଣ୍ଣ ରୂପେ ଦଖଲର ଅନୁମତି ଦିଆଯିବ।

ସୂଚନା ଓ ପ୍ରସାରଣ ମନ୍ତ୍ରାଳୟକୁ େଓ୍ଵବ୍‌ ସିରିଜ୍‌ ‘ତାଣ୍ଡବ’ ବିରୋଧରେ ଅନେକ ଅଭିଯୋଗ ମିଳିଥିଲା। ଏହାର ନିର୍ମାତାଙ୍କ ବିରୋଧରେ ତିନି ଅଲଗା ଅଲଗା ସହର ଲକ୍ଷ୍ନୌ, ମୁମ୍ବାଇ ଏବଂ ଗ୍ରେଟର ନୋଏଡାରେ ୩ଟି ଏତଲା ଦାୟର ହୋଇଥିଲା। ଅଭିଯୋଗ ଅନୁସାରେ, ଏହି ଶୋ’ ଏକ ରାଜନୈତିକ ନାଟକ, ଯାହାକି ସୋସିଆଲ ମିଡିଆରେ ଖୁବ୍‌ ଲୋକପ୍ରିୟ ହେଉଛି। ଏହା ହିନ୍ଦୁମାନଙ୍କର ଧାର୍ମିକ ଭାବନାକୁ ଆଘାତ ମଧ୍ୟ ପହଞ୍ଚାଉଛି ବୋଲି ଅଭିଯୋଗ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.