ଦେଢ଼ ବର୍ଷ ଜେଲ ପରେ ନିର୍ଦ୍ଦୋଷରେ ଖଲାସ ହେଲେ ଦୁଇଜଣ ଯୁବକ

ଉଭୟ ଛତିଶଗଡ଼ ଏବଂ ଓଡିଶା ସରକାରଙ୍କୁ ନୋଟିସ କରିବା ସହ SIT ଗଠନ କରିବାକୁ ଛତିଶଗଡ଼ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଛତିଶଗଡ଼ ସରକାର ଏହା ବି କଲେନି । ଶେଷରେ ଛତିଶଗଡ଼ ହାଇକୋର୍ଟ ଏହି ଘଟଣାର ତ୍ବରିତ ଶୁଣାଣି ପାଇଁ ଜଗଦଲପୁର ଜିଲ୍ଲା ଓ ଦୌରା ଜଜ୍‌କୋର୍ଟଙ୍କୁ ନିର୍ଦ୍ଦେଶ ଦେଇଥିଲେ। ହେଲେ କୋର୍ଟରେ ଛତିଶଗଡ଼ ସରକାର ବା ପୋଲିସ୍‌ ଏନେଇ ଠୋସ ପ୍ରମାଣ ଦେଇ ନପାରିବାରୁ ଯୁବକ ଦୁଇଜଣ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି।

ଅନେକ ସମୟରେ ପୋଲିସ ମାନବାଧିକାର ଉଲ୍ଲଙ୍ଘନ କରି ମିଥ୍ୟା ମାମଲାରେ ନିରୀହ ଲୋକଙ୍କୁ ଗିରଫ କରୁଥିବା ଅଭିଯୋଗ ହୋଇ ଆସୁଛି । ଏମିତି ଏକ ଘଟଣାର ପର୍ଦାଫାସ ହୋଇଛି । ଖାକି ବର୍ଦ୍ଦି ଭିତର ସାଂଘାତିକ ଷଡ଼ଯନ୍ତ୍ରର । ସେଦିନ ନକ୍ସଲଙ୍କୁ ବିସ୍ଫୋରକ ଯୋଗାଇବା ଅଭିଯୋଗରେ କୋରାପୁଟର ଦୁଇଜଣ ଯୁବକଙ୍କୁ ବାନ୍ଧିଥିଲା ଛତିଶଗଡ଼ ପୋଲିସ । ସାମ୍ବାଦିକ ସମ୍ମିଳନୀରେ ଏଇକଥା କହିଥିଲେ ଜଗଦଲପୁର ଏସପି ଆର ଏନ ଦାସ । ହେଲେ ଦୀର୍ଘ ସାତବର୍ଷ ପରେ କିନ୍ତୁ କୋର୍ଟରେ ମିଥ୍ୟା ପ୍ରମାଣିତ ହୋଇଛି । ଆଉ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି ନିରଞ୍ଜନ ଓ ଅନ୍ୟ ଜଣେ ଯୁବକ।

ଏକ ଘରୋଇ କଂପାନୀରେ କାମ କରୁଥିବାରୁ ପ୍ରତିଦିନ ଭଳି ଜୟପୁରରୁ ଛତିଶଗଡ଼ ସୀମାନ୍ତ ନଗରନାର ଅଭିମୁଖେ ବାହାରିଥିଲେ ନିରଂଜନ ଓ ତାଙ୍କ ସାଥୀ । ଜୁଲାଇରେ ନକ୍ସଲଙ୍କ ସହିଦ ସପ୍ତାହ ହେତୁ ପୋଲିସ ଅପରେସନ ମୋଡରେ ଥିଲା । କୋରାପୁଟ ଜିଲ୍ଲା କୋଟପାଡ ସୀମାନ୍ତ ନୂଆଁଗାଁ ପାଖରୁ ଏହି ଦୁଇ ଯୁବକଙ୍କୁ ଉଠାଇ ନେଲା ଛତିଶଗଡ଼ ପୋଲିସ୍‌ । କିଛି ବୁଝିବା ପୂର୍ବରୁ ସେମାନଙ୍କୁ ଅଚାନକ ବାନ୍ଧି ନେଲା । ସେମାନେ ବୁଝାଇବାକୁ ଯେତେ ଚେଷ୍ଟା କଲେ ବି ବିଫଳ ହେଲେ । ପରେ ଜଗଦଲପୁରରେ ହୋଇଥିଲା ସାମ୍ବାଦିକ ସମ୍ମିଳନୀ । ଆଉ ନକ୍ସଲଙ୍କୁ ବିସ୍ଫୋରକ ଯୋଗାଇବା ଅଭିଯୋଗରେ ଏମାନଙ୍କୁ ଗିରଫ କରାଗଲା ବୋଲି କହିଲେ ଏସପି । ତେବେ ଛତିଶଗଡ଼ ହାଇକୋର୍ଟ ସେମାନଙ୍କୁ ନିଜ ପକ୍ଷ ରଖିବା ପାଇଁ ସୁଯୋଗ ଦେଲେ ।

ଉଭୟ ଛତିଶଗଡ଼ ଏବଂ ଓଡିଶା ସରକାରଙ୍କୁ ନୋଟିସ କରିବା ସହ SIT ଗଠନ କରିବାକୁ ଛତିଶଗଡ଼ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଛତିଶଗଡ଼ ସରକାର ଏହା ବି କଲେନି । ଶେଷରେ ଛତିଶଗଡ଼ ହାଇକୋର୍ଟ ଏହି ଘଟଣାର ତ୍ବରିତ ଶୁଣାଣି ପାଇଁ ଜଗଦଲପୁର ଜିଲ୍ଲା ଓ ଦୌରା ଜଜ୍‌କୋର୍ଟଙ୍କୁ ନିର୍ଦ୍ଦେଶ ଦେଇଥିଲେ। ହେଲେ କୋର୍ଟରେ ଛତିଶଗଡ଼ ସରକାର ବା ପୋଲିସ୍‌ ଏନେଇ ଠୋସ ପ୍ରମାଣ ଦେଇ ନପାରିବାରୁ ଯୁବକ ଦୁଇଜଣ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ଓଡିଶା ପୋଲିସ ଓ ପ୍ରଶାସନ ଏ ବାବଦରେ ସମ୍ପୂର୍ଣ୍ଣ ସହଯୋଗ କରିଥିବା କହିଛନ୍ତି ନିରଞ୍ଜନ । ତତ୍କାଳୀନ କୋରାପୁଟ ଏସପି ଚରଣ ସି°ମୀନା ଓ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ସମ୍ପୂର୍ଣ୍ଣ ସହଯୋଗ ମିଳିଥିଲା । ସମସ୍ତ ତଥ୍ୟ ପ୍ରମାଣ ଏକାଠି କରି ସହଯୋଗ କରିଥିଲେ ଓଡ଼ିଶା ସରକାର । ଆଉ ଆଜି ନିର୍ଦ୍ଦୋଷରେ ଖଲାସ ହୋଇଥିବା କହିଛନ୍ତି ନିରଞ୍ଜନ।

ତେବେ ଏଇ ନ୍ୟାୟର ଲଢ଼େଇରେ ତାଙ୍କ ପରିବାର ଅନେକ ଖର୍ଚ୍ଚାନ୍ତ ହୋଇଛି । ପାଣି ଭଳି ପଇସା ଖର୍ଚ୍ଚ କରିଛି । ଆଉ ଦୀର୍ଘ ୭ ବର୍ଷ ହେଲା ମାନସିକ ଅଶାନ୍ତିରେ ରହୁଥିଲେ ନିଜେ ନିରଞ୍ଜନ ଓ ପରିବାର ଲୋକେ । ତାଙ୍କୁ ବିନା ଦୋଷରେ ଭୋଗିବାକୁ ପଡ଼ିଲା ଅସହ୍ୟ ଶାରୀରିକ ଓ ମାନସିକ ଯନ୍ତ୍ରଣା । ନିଜ ଜୀବନର ଅମୂଲ୍ୟ ୭ ବର୍ଷ ନଷ୍ଟ ହୋଇଗଲା । ଯାହା ଆଉ କେବେବି ଫେରିବନି । ଏଥପାଇଁ ଛତିଶଗଡ଼ ପୋଲିସକୁ ଦାୟୀ କରିଛନ୍ତି । ତାଙ୍କ ବିରୋଧରେ ଓଡିଶା ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ନ୍ୟାୟ ପାଇଁ ଆବେଦନ କରିବେ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ନିରଞ୍ଜନ ।

You might also like