କଂଗ୍ରେସ ନେତା ସଲମାନ ଖୁର୍ସିଦ ଓ ତାଙ୍କ ପତ୍ନୀଙ୍କ ବିରୋଧରେ EDର କାର୍ଯ୍ୟାନୁଷ୍ଠାନ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜବତ

କେନ୍ଦ୍ରୀୟ ତଦନ୍ତ ଏଜେନ୍ସି ଇଡି କଂଗ୍ରେସ ନେତା ସଲମାନ ଖୁର୍ସିଦ ଓ ତାଙ୍କ ପତ୍ନୀ ଲୁଇସ୍ ଖୁର୍ସିଦଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଲୁଇସ୍ ଏବଂ ଅନ୍ୟ ଅଭିଯୁକ୍ତଙ୍କର ୪୫.୯୨ ଲକ୍ଷ ଟଙ୍କାର ସମ୍ପତ୍ତି ଜବତ କରିଛି ଇଡି ।

କେନ୍ଦ୍ରୀୟ ତଦନ୍ତ ଏଜେନ୍ସି ଇଡି କଂଗ୍ରେସ ନେତା ସଲମାନ ଖୁର୍ସିଦ ଓ ତାଙ୍କ ପତ୍ନୀ ଲୁଇସ୍ ଖୁର୍ସିଦଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଲୁଇସ୍ ଏବଂ ଅନ୍ୟ ଅଭିଯୁକ୍ତଙ୍କର ୪୫.୯୨ ଲକ୍ଷ ଟଙ୍କାର ସମ୍ପତ୍ତି ଜବତ କରିଛି ଇଡି । ତଦନ୍ତ ଏଜେନ୍ସି ଏହି କାର୍ଯ୍ୟାନୁଷ୍ଠାନ ଡାକ୍ତର ଜାକିର ହୁସେନ୍ ମେମୋରିଆଲ୍ ଟ୍ରଷ୍ଟରେ ହୋଇଥିବା ଦୁର୍ନୀତି ବିରୋଧରେ ଗ୍ରହଣ କରିଛି । ଏଥିରେ ଟ୍ରଷ୍ଟର ଟଙ୍କା ବ୍ୟକ୍ତିଗତ ରୂପେ ବ୍ୟବହାର ହୋଇଥିବା ଅଭିଯୋଗ ହୋଇଛି ।

ଇଡି ୟୁପିର ଫାରୁଖାବାଦରେ ୨୯.୫୧ ଲକ୍ଷ ଏବଂ ୪ଟି ବ୍ୟାଙ୍କ ଆକାଉଣ୍ଟରେ ୧୬.୪୧ ଲକ୍ଷ ଟଙ୍କାର ସମ୍ପତ୍ତି ଜବତ କରିଛି । ଏହି ମାମଲାରେ ୟୁପି ପୋଲିସ ଲୁଇସ୍‌ ଖୁର୍ସିଦ ଏବଂ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ୧୭ଟି ମାମଲାରେ ଚାର୍ଜସିଟ ଦାଖଲ କରିଥିଲା । ଏହାପରେ ମାମଲାକୁ ଗ୍ରହଣ କରି ଇଡି PMLA ଅଧୀନରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ।

ସୂଚନାଯୋଗ୍ୟ, ୨୦୦୯-୧୦ ମସିହାରେ ଡାକ୍ତର ଜାକିର ହୁସେନ୍ ମେମୋରିଆଲ୍ ଟ୍ରଷ୍ଟ ପ୍ରାୟ ୧୭ଟି ଶିବିର ଆୟୋଜନ କରି ଦିବ୍ୟାଙ୍ଗମାନଙ୍କୁ କୃତ୍ରିମ ଅଙ୍ଗ ଉପକରଣ ବଣ୍ଟନ କରିଥିଲା, ଯେଉଁଥିରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.