ଲାଇନ୍ମ୍ୟାନ୍ ଦିବସରେ ଚାଲିଗଲା ଜଣେ ଲାଇନ୍ ମ୍ୟାନ୍ଙ୍କ ଜୀବନ
ଜଣେ ଲାଇନ୍ ମ୍ୟାନ । ତାଙ୍କ ଜୀବନ ଯେତିକି ସହଜ ଆମେ ଭାବୁଛନ୍ତି କିନ୍ତୁ ତାଙ୍କ ଜୀବନ ସେତିକି ସହଜ ନୁହେଁ । ସବୁଠାରୁ କଷ୍ଟକର କାମ ଏହି ଲାଇନ୍ ମ୍ୟାନ୍ କରନ୍ତି । ନିଜ ଜୀବନକୁ ପାଣି ଛଡ଼ାଇ ଦେଶର କୋଟି କୋଟି ଲୋକଙ୍କୁ ସୁଚାରରୂପେ ବିଜୁଳି ପ୍ରଦାନ କରିଥାଆନ୍ତି ।

ଜଣେ ଲାଇନ୍ ମ୍ୟାନ । ତାଙ୍କ ଜୀବନ ଯେତିକି ସହଜ ଆମେ ଭାବୁଛନ୍ତି କିନ୍ତୁ ତାଙ୍କ ଜୀବନ ସେତିକି ସହଜ ନୁହେଁ । ସବୁଠାରୁ କଷ୍ଟକର କାମ ଏହି ଲାଇନ୍ ମ୍ୟାନ୍ କରନ୍ତି । ନିଜ ଜୀବନକୁ ପାଣି ଛଡ଼ାଇ ଦେଶର କୋଟି କୋଟି ଲୋକଙ୍କୁ ସୁଚାରରୂପେ ବିଜୁଳି ପ୍ରଦାନ କରିଥାଆନ୍ତି । ଲାଇନ୍ ମ୍ୟାନ୍ଙ୍କୁ ପ୍ରତ୍ୟେକ ଦିନ ବିପଦର ସାମ୍ନା କରିବାକୁ ପଡ଼ିଥାଏ । କିନ୍ତୁ ତାରି ଲୋକଙ୍କର ତାଙ୍କ ପ୍ରତି ଅନେକ କପେ୍୍ଲନ୍ ରହିଥାଏ ।
ରାସ୍ତାରେ ସମସ୍ତେ ନିଜ ନିଜ କାମରେ ନିର୍ଦ୍ୱନ୍ଦରେ ଯାଉଥିବା ବେଳେ ଗୋଟିଏ ଲାଇନ୍ ମ୍ୟାନ୍ କିନ୍ତୁ ରାସ୍ତାରେ କୋଉଠି ତାର ଛିଡ଼ି ଯାଇଛି କିମ୍ବା କେଉଁ ସ୍ଥାନରେ ବିଜୁଳି ନାହିଁ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସେସବୁ ଉପରେ ନଜର ରଖିଥାଆନ୍ତି । ତେବେ ଲୋକେ ଯେତେବେଳେ କପ୍ଲେନ କରିଥାଆନ୍ତି ଖରା ହେଉ କି ବର୍ଷା ସେସବୁକୁ କିଛି ଖାତିର୍ ନ କରି ପହଞ୍ଚି ଯାଇଥାଆନ୍ତି ତାଙ୍କ ପାଖରେ ଆଉ ବିଜୁଳି ଯୋଗାଇଥାଆନ୍ତି । ଆମେ ସମସ୍ତେ ଜାଣନ୍ତି ସବୁ କାମରେ ଭୁଲ୍ ହୋଇଗଲେ ସେଥିରୁ ରକ୍ଷା ମିିଳିଯିବ । ହେଲେ ବିଜୁଳି କେବେ କାହାର ଭୁଲ୍ କୁ କ୍ଷମା କରିନଥାଏ । ବିଦ୍ୟୁତ୍ କାମରେ ଯଦିଓ ଟିକିଏ ଭୁଲ୍ ହୋଇଯାଉଛି ତେବେ ଜୀବନ ଯିବାଟା ଥୟ ।
ଆଜି ହେଉଛି ଲାଇନ୍ ମ୍ୟାନ୍ ଦିବସ । ବିଭିନ୍ନ ସ୍ଥାନରେ ଏହି ଦିବସ ପାଳନ କରାଯାଇଥିଲା । ଲାଇନ୍ମ୍ୟାନ ମାନେ ସବୁବେଳେ ଖରା, ବର୍ଷା ଏବଂ ଶୀତରେ ସମ୍ପୂର୍ଣ୍ଣ ସଚ୍ଚୋଟତା ସହିତ ନିଜର କର୍ତ୍ତବ୍ୟ ପାଳନ କରନ୍ତି । ସେଥିପାଇଁ ଏହି ଦିବସ ପାଳନ କରାଯାଇ ସେମାନଙ୍କର ମନୋବଳ ବୃଦ୍ଧି କରିଥାଆନ୍ତି ।
ତେବେ ଆଜି ଏତେ ବଡ଼ ଦିବସରେ ଘଟିଯାଇଛି ବଡ଼ ଅଘଟଣ । ଜଣେ ଲାଇନ୍ ମ୍ୟାନ୍ ବିଦ୍ୟୁତ୍ କରେଣ୍ଟରେ ପୋଡ଼ି ଗୁରୁତର ଆହତ ହୋଇଛନ୍ତି । ଜୟନ୍ତରା ଗ୍ରାମରେ ଘଟିଯାଇଛି ଏଭଳି ଘଟଣା । ଆଜି ଭଳି ଦିନରେ ଏହି ଦୁଃଖଦ ଖବର ଶୁଣି ସମସ୍ତେ ହୋଇଯାଇଛନ୍ତି । ଟିପିଏନଓଡିଏଲ ରେ ଲାଇନ୍ ମ୍ୟାନ ଭାବେ କାର୍ଯ୍ୟ କରୁଥିବା ଦଶରଥପୁର ବ୍ଲକ କାଟିଆ ଅଞ୍ଚଳର ସେକ ରୋସନ୍ । ଜୟନ୍ତରା ଗ୍ରାମରେ ବିଦ୍ୟୁତ୍ ଖୁଣ୍ଟରେ ଚଢ଼ି ବିଦ୍ୟୁତ୍ ମରାମତି କାର୍ଯ୍ୟ କରୁଥିବା ବେଳେ ହଠାତ୍ ଖୁଣ୍ଟରେ ବିଦ୍ୟୁତ୍ ଚାର୍ଜ ହୋଇଯିବାରୁ ତାଙ୍କୁ କରେଣ୍ଟ ଲାଗିଯାଇଥିଲା । ଆଉ ସେହିଠାରେ ହିଁ ଲାଇନ୍ ମ୍ୟାନ ଖୁଣ୍ଟରୁ ତଳକୁ ଖସି ପଡିଥିଲେ । ଏହା ସହିତ ତାଙ୍କ ଶରୀରର ଅଧା ଅଂଶ ପୋଡ଼ି ଯିବାରୁ ସେ ଗୁରୁତର ଆହତ ହୋଇଥିଲେ । ସାଥୀ କର୍ମଚାରୀ ରୋସନଙ୍କୁ ତୁରନ୍ତ ଦଶରଥପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ହେଲେ ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଡାକ୍ତର ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ ।