ଦୁଇ ବର୍ଷରେ ମାଓ ମୁକ୍ତ ହେବ ଓଡିଶା : ବିଏସଏଫ ଡିଆଇଜି ଧୀରେନ୍ଦ୍ର କୁମାର
ନିପାତ ହେବେ ନକ୍ସଲ । ଦୁଇ ବର୍ଷରେ ମାଓ ମୁକ୍ତ ହେବ ଓଡିଶା। ଏବେ ଶେଷ ନିଶ୍ବାସ ନେଉଛି ନକ୍ସଲଙ୍କ ଗତଗିଧି । ଏଥିପାଇଁ ବଡ଼ ଯୋଜନା ଚାଲିଛି । ବିଏସଏଫ୍ ଓ ରାଜ୍ୟ ସରକାର ମିଳିତ ଭାବରେ ନକ୍ସଲ ବିରୋଧୀ ଅପରେସନକୁ ଜୋରଦାର କରୁଛନ୍ତି ।

ଭୁବନେଶ୍ୱର(କେନ୍ୟୁଜ୍): ନିପାତ ହେବେ ନକ୍ସଲ । ଦୁଇ ବର୍ଷରେ ମାଓ ମୁକ୍ତ ହେବ ଓଡିଶା। ଏବେ ଶେଷ ନିଶ୍ବାସ ନେଉଛି ନକ୍ସଲଙ୍କ ଗତଗିଧି । ଏଥିପାଇଁ ବଡ଼ ଯୋଜନା ଚାଲିଛି । ବିଏସଏଫ୍ ଓ ରାଜ୍ୟ ସରକାର ମିଳିତ ଭାବରେ ନକ୍ସଲ ବିରୋଧୀ ଅପରେସନକୁ ଜୋରଦାର କରୁଛନ୍ତି । ମାଲକାନଗିରି, କୋରାପୁଟକୁ ମାଓ ମୁକ୍ତ କରିବା ପରେ ଏବେ ବିଏସଏଫର ଟାର୍ଗେଟ KKBN ମାଓବାଦୀ ସଂଗଠନ । ଏବେ କନ୍ଧମାଳ ଓ ବୌଦ୍ଧ ଜିଲ୍ଲାରେ ସେମାନେ ସକ୍ରିୟ ଅଛନ୍ତି ।
ଗତ ଫେବ୍ରୁଆରୀ ୨୮ରେ କନ୍ଧମାଳ ଜିଲ୍ଲାର ଦୁର୍ଗମ ବଡାପାଯୁରେ କମ୍ପାନୀ ଅପେରେଟିଂ ବେସ ବା COB ସ୍ଥାପନ କରାଯାଇଛି । ଆଗକୁ ବୌଦ୍ଧ ଜିଲ୍ଲାରେ ସ୍ଥାପିତ ହେବ COB। ୨୦୧୦ରେ ନକ୍ସଲ ଅପରେସନ କରିଥିଲା ବିଏସଏଫ୍ । କୋରାପୁଟ, ମାଲକାନଗିରିରେ ନକ୍ସଲ ସଫା ହୋଇଯାଇଛନ୍ତି । ରାୟଗଡ଼ା ଓ ନବରଙ୍ଗପୁରରେ ନାହାନ୍ତି ମାଓବାଦୀ । ସେହିପରି ଆସନ୍ତା ନିର୍ବାଚନ ପାଇଁ ୩୫ କମ୍ପାନୀ ବିଏସଏଫ୍ ରାଜ୍ୟରେ ମୁତୟନ ହେବେ। ରାଜ୍ୟ ସରକାରଙ୍କ ଗାଇଡଲାଇନରେ ନିର୍ବାଚନକୁ ଶାନ୍ତିଶୃଙ୍ଖଳା ସହ କରାଯିବ ବୋଲି ବିଏସଏଫ ଡିଆଇଜି ଧୀରେନ୍ଦ୍ର କୁମାର କହିଛନ୍ତି ।