Below header

ମାସେ ପରେ ହେଲା ଡ଼ିସଚାର୍ଜ, ମା କୋଳକୁ ନୁହେଁ ବରଂ ବାଲନିକେତନ ଗଲା ବିଜୟିନୀ

ବୁର୍ଲା ମେଡିକାଲ ରୁ ଡ଼ିସଚାର୍ଜ ହେଲା ବିଜୟିନୀ । ଜୀବନ ଯୁଦ୍ଧରେ ବିଜୟୀ ହୋଇଥିବା ନବଜାତ ଶିଶୁ କନ୍ୟା ବିଜୟିନୀକୁ ବୁର୍ଲା ମେଡିକାଲ କତୃପକ୍ଷ ପ୍ରଶାସନକୁ ହସ୍ତାନ୍ତର କରିଛନ୍ତି । ବିଜୟିନୀକୁ ଶିଶୁ ସୁରକ୍ଷା ଅଧିକାରୀ ମାନେ ଭୀମସାରରୁ ନେଇ ଛଚାନପାଲି ସ୍ଥିତ ଏକ ବାଲନିକେତନରେ ଛାଡିଛନ୍ତି । ଏବେ ବାଲନିକେତନ ହେଉଛି ବିଜୟିନୀର ନୂଆ ଠିକଣା ।

ସମ୍ବଲପୁର: ବୁର୍ଲା ମେଡିକାଲ ରୁ ଡ଼ିସଚାର୍ଜ ହେଲା ବିଜୟିନୀ । ଜୀବନ ଯୁଦ୍ଧରେ ବିଜୟୀ ହୋଇଥିବା ନବଜାତ ଶିଶୁ କନ୍ୟା ବିଜୟିନୀକୁ ବୁର୍ଲା ମେଡିକାଲ କତୃପକ୍ଷ ପ୍ରଶାସନକୁ ହସ୍ତାନ୍ତର କରିଛନ୍ତି । ବିଜୟିନୀକୁ ଶିଶୁ ସୁରକ୍ଷା ଅଧିକାରୀ ମାନେ ଭୀମସାରରୁ ନେଇ ଛଚାନପାଲି ସ୍ଥିତ ଏକ ବାଲନିକେତନରେ ଛାଡିଛନ୍ତି । ଏବେ ବାଲନିକେତନ ହେଉଛି ବିଜୟିନୀର ନୂଆ ଠିକଣା ।

ଗତ କିଛିଦିନ ପୂର୍ବରୁ ଭୀମସାରରେ ବଡ ଧୁମ୍ ଧାମରେ ପାଳନ କରାଯାଇଥିଲା ବିଜୟିନୀର ଏକୋଇସିୟା ପର୍ବ । ଗତ ୧୨ ଡିସେମ୍ବର ୨୦୨୩ ରେ ଏକ ପରିତ୍ୟକ୍ତ ବୋରୱେଲ ରୁ ରାତି ପ୍ରାୟ ୯.୪୦ମିନିଟରେ ବହୁ ପରିଶ୍ରମ କରି ଉଦ୍ଧାର କରାଯାଇଥିବା ଶିଶୁକନ୍ୟାଟିକୁ । ସେହିଦିନ ଠାରୁ ଉକ୍ତ ଶିଶୁ କନ୍ୟାର ଭୀମସାରରେ ଚାଲିଥିଲା ଚିକିତ୍ସା । ଜୀବନ ଯୁଦ୍ଧରେ ବିଜୟ ହେଇଥିବା ଯୋଗୁଁ ଶିଶୁକନ୍ୟାର ନା ମେଡିକାଲ କତୃପକ୍ଷ ବିଜୟିନୀ ରଖିଥିଲେ ।

ଗତକାଲି ବିଜୟିନୀକୁ ସରକାରୀ ନିୟମ ଅନୁଯାୟୀ ଡିସଚାର୍ଜ କରାଯାଇଛି । ଦୀର୍ଘ ଏକ ମାସ ରୁ ଅଧିକ ସମୟ ଧରି ଭିମସାରରେ ସେ ରହିଥିବା ଯୋଗୁ ଏସଏନସିୟୁରେ ଚିକିତ୍ସା କରିଥିବା ଡ଼କ୍ଟର ଠୁ ଆରମ୍ଭ କରି କର୍ମଚାରୀ ପର୍ଯ୍ୟନ୍ତ ସଭିଏଁ ଭାବବିହ୍ଵଳ ହୋଇ ପଡିଥିଲେ ।

ଜିଲ୍ଲାପାଳଙ୍କ ନିର୍ଦ୍ଧେଶକ୍ରମେ ଛଚାନପାଲି ସ୍ଥିତ ବାଲ ନିକେତନରେ ବିଜୟିନୀଙ୍କୁ ରଖାଯାଇଛି । ବିଜୟିନୀର ସ୍ୱାସ୍ଥ୍ୟଗତ ସମସ୍ୟା ହେଲେ ଭୀମସାରରୁ ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଯିବେ ବୋଲି ଭିମସାର ଅଧିକ୍ଷକ କହିଛନ୍ତି । ସେପଟେ ବାଲନିକେତନରେ ବିଜୟିନୀର ଯତ୍ନ ନେବାପାଇଁ ଜଣେ ନର୍ସ କୁ ଭିମସାରରେ ଦୁଇ ଦିନ ଧରି ଟ୍ରେନିଂ ଦିଆଯାଇଛି । ତେବେ ଏହାରି ଭିତରେ ଶିଶୁକନ୍ୟାକୁ ବୋରୱେଲରେ ଫିଙ୍ଗିଥିବା ଜନ୍ମକଲା ମାର ବି ପରିଚୟ ମିଳିଥିଲା । ହେଲେ ଶିଶୁର ସରକ୍ଷାକୁ ପ୍ରଥମିକତା ଦେଇ ବାଲନିକେତନରେ ବିଜୟିନୀକୁ ଛଡାଯାଇଛି ।

ସୂଚନା ଥାଉକି, ଗତ ଡିସେମ୍ବର ୧୨ ତାରିଖରେ ରେଙ୍ଗାଲି ଥାନା ଲାରିପାଲି ସ୍ଥିତ ଶ୍ରୀରାମ ପଡ଼ିଆରେ ଥିବା ପରିତ୍ୟକ୍ତ ବୋରୱେଲରୁ ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଥିଲା । ଏହା ପରେ ସ୍ଥାନୀୟ ପ୍ରଶାସନ, ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ରେସ୍କ୍ୟୁ ଅପରେସନ ଆରମ୍ଭ କରିଥିଲେ। ଦୀର୍ଘ ସମୟ ଧରି ଏହି ରେସ୍କ୍ୟୁ ଅପରେସନ ଜାରି ରହିଥିଲା ।

ଜେସିବି ଜରିଆରେ ବୋରୱେଲ କଡ଼ରୁ ମାଟି ତାଡିବା ପରେ ଲୁହା ପାଇପ ନିକଟରେ ପହଞ୍ଚିଥିଲେ ରେସ୍କ୍ୟୁ ଓ ଡାକ୍ତରୀ ଟିମ ସଦସ୍ୟ । ଏହା ପରେ କଟର ମେସିନ ଯୋଗେ ଉକ୍ତ ଲୁହା ପାଇପକୁ କଟାଯାଇଥିଲା । ପାଇପ କଟା ସରିବା ପରେ ଶିଶୁର ପାଖରେ ପହଞ୍ଚି ଡାକ୍ତରୀ ଟିମ ସଦସ୍ୟ ତାକୁ ଉଦ୍ଧାର କରିଥିଲେ। ଶିଶୁଟି ଜୀବନ୍ତ ଅବସ୍ଥାରେ ଉଦ୍ଧାର ହୋଇଥିଲା । ପରେ ତାହା ଏକ ଶିଶୁକନ୍ୟା ବୋଲି ଜଣାପଡିଥିଲା । ପ୍ରାୟ ଏକ ମାସ ଧରି ବୁର୍ଲା ବଡ଼ ଡାକ୍ତରଖାନାରେ ଉକ୍ତ ଶିଶୁକନ୍ୟାର ଚିକିତ୍ସା ଚାଲିଥିଲା । ଜୀବନ ଯୁଦ୍ଧରେ ବିଜୟୀ ନବଜାତ ଶିଶୁକନ୍ୟାକୁ ବିଜୟିନୀ ନାମକରଣ କରାଯାଇଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.