Below header

ହଜିଗଲା ମାନବିକତା : ଚୋରି ଅଭିଯୋଗରେ ଯୁବକ ଙ୍କୁ ଗାଁ ଦାଣ୍ଡରେ ୩ ଘଣ୍ଟା ବାନ୍ଧିଲେ, ଦେଲେ ନର୍ଯ୍ୟାତନା

ଉମରକୋଟ(କେନ୍ୟୁଜ୍‌) : ହଜିଯାଇଛି ମାନବିକତା । ଚୋରି ଅଭିଯୋଗରେ ଜଣେ ଯୁବକଙ୍କୁ ପ୍ରାୟ ୩ ଘଣ୍ଟା କାଳ ବାନ୍ଧି ଅପଦସ୍ତ କଲେ । ନିର୍ଯାତନା ଦେବା ସହ ପୋଲିସରେ ଜିମା ଦେଲେ । ସାଧାରଣ ଚୋରି ପାଇଁ ସମସ୍ତ ମାନବୀୟ ଅଧିକାରକୁ ଉଂଲଘନ କଲେ । ଏମିତି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ସିଲାଟି ଗ୍ରାମରେ।

ସୂଚନା ଅନୁଯାୟୀ, ଉମରକୋଟ ଥାନା ଅନ୍ତର୍ଗତ ସିଲାଟି ଗ୍ରାମର ବିଜୟ ସରକାର ତିନି ମାସ ହେଲା ବେନରା, ହୀରାପୁର ଓ ଜାମରଣ୍ଡା ପଞ୍ଚାୟତର ବିଭିନ୍ନ ଦୋକାନରେ ରାତିରେ ଚୋରି କରି ଲୋକଙ୍କ ମନରେ ଆକ୍ରୋସ ସୃଷ୍ଟି କରିଥିଲେ । ଲୋକେ ଚୋରର ପତା ଲଗାଇବା ପାଇଁ ବିଭିନ୍ନ କୈାଶଳ ଲଗାଇଥିଲେ ମଧ୍ୟ ଚୋରକୁ ଧରିବାରେ ସଫଳତା ମିଳି ନଥିଲା ।

ଚାରି ଦିନ ତଳେ ସିଲାଟି ଗ୍ରାମରେ ଏକ ମେଡିକାଲ ଷ୍ଟୋରରେ ଚୋରି କରିବା ବେଳେ ସିସିଟିଭି କ୍ୟାମେରାରେ ତାଙ୍କର ଫଟୋ କଏଦ ହୋଇଥିଲା । ଏହି ଫୋଟକୁ ଆଧାର କରି ଗ୍ରାମବାସୀ ବିଜୟଙ୍କୁ ଧରି ଖୁଣ୍ଟରେ ବାନ୍ଧିବା ସହ ତାଙ୍କ୍ ଘରେ ଖୋଜା ଖୋଜି କରି ଚୋରି ହୋଇଥିବା ଜିନିଷ ଜବତ କରିଥିଲେ । ଫଳରେ ଲୋକଙ୍କ ରାଗ ସୀମା ଟପିଥିଲା ।

୩ ଘଣ୍ଟା କାଳ ବିଜୟକୁ ଖୁଣ୍ଟରେ ବାନ୍ଧି ଅପଦସ୍ତ କରିବା ପରେ ପୋଲିସ କୁ ଖବର ଦେଇଥିଲେ । ଉମରକୋଟ ପୋଲିସ ଘଟଣାସ୍ଥଳେ ପହଞ୍ଚି ବିଜୟଙ୍କୁ ଉଦ୍ଧାର କରିବା ସହ ସବୁ ଜିନିଷ ଜବତ କରିଛନ୍ତି। ଜବତ ଜିନିଷର ମୂଲ୍ୟ ପ୍ରାୟ ତିନି ଲକ୍ଷ ଟଙ୍କାର ହେବ ବୋଲି ପୋଲିସ ସୂଚନା ଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.