Below header

ମୌସୁମୀ ସକ୍ରୀୟ, ଜାଣନ୍ତୁ ଆଜି ସୁଦ୍ଧା ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ସ୍ଥିତି

କେନ୍ୟୁଜ୍ (ବ୍ୟୁରୋ):ଗତ ଦୁଇଦିନ ଧରି ଓଡିଶା ରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି । ଏହା ପ୍ରଭାବରେ ଗତ ୨୪ ଘଣ୍ଟା ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରାୟ ସ୍ଥାନରେ ବର୍ଷା ଅନୁଭୂତ ହୋଇଥିବା ବେଳେ, ଉପକୂଳ ଅଞ୍ଚଳରେ  ଅନେକ ସ୍ଥାନରେ ବର୍ଷା ଅନୁଭୂତ ହୋଇଛି ।

ମୌସୁମୀର  ପ୍ରଭାବରେ ଗତ  ୨୪ ଘଣ୍ଟା ମଧ୍ୟରେ କୁଚିଣ୍ଡା(ସମ୍ବଲପୁର )-୧୯୫.୦ ମିମି, ବେଲଗାଁ (ବଲାଙ୍ଗୀର)- ୧୩୮.୦ ମିମି ଠାରେ  ଅତିପ୍ରବଳ ବର୍ଷା  ରେକର୍ଡ କରାଯାଇଛି । ତା ଛଡା ସୁନ୍ଦରଗଡ-୧୦୮.୦ ମିମି , ଚନ୍ଦନପୁର (ମୟୁରଭଞ୍ଜ)-୧୦୩.୮ ମିମି , ଲାଇକିରା(ଝାରସୁଗୁଡା)-୧୦୩.୦ ମିମି, କେସିଙ୍ଗା(କଳାହାଣ୍ଡି)-୧୦୨.୦୦ ମିମି, ଯୁଜୁମୁରା(ସମ୍ବଲପୁର)-୯୭.୦ ମିମି, ଟିଟିଲାଗଡ(ବଲାଙ୍ଗୀର)-୯୭.୦ ମିମି, କିରମୀରା(ଝାରସୁଗୁଡା)-୯୦.୦ ମିମି, ଏମ.ରାମପୁର(କଳାହାଣ୍ଡି)-୯୦.୦ ମିମି , କୋଲାବିରା(ଝାରସୁଗୁଡା)-୮୯.୦ ମିମି, ନର୍ଲା(କଳାହାଣ୍ଡି)-୮୧.୦ ମିମି, ଲାଞ୍ଜିଗଡ(କଳାହାଣ୍ଡି)-୭୯.୨ ମିମି, ଏବଂ ଖରିଆର(ନୂଆପଡା)-୬୭.୮ ମିମି  ଠାରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି  ।

୦୧ ଜୁନ ୨୦୨୦ ରୁ  ୨୧ ଜୁନ ୨୦୨୦ ମଧ୍ୟରେ  ଓଡ଼ିଶାରେ ୧୭୨.୪  ମିମି ବର୍ଷା ରେକର୍ଡ କରାଯାଇଛି । ଯାହା ସମୟ ପରିଧି ମଧ୍ୟରେ ସ୍ୱାଭାବିକ ବର୍ଷା ୧୨୬.୬ ମିମି ଠାରୁ ୩୬ ପ୍ରତିଶତ ଅଧିକ । ୨୧ ଜୁନ ସୁଦ୍ଧା କେନ୍ଦ୍ରାପଡା ଏବଂ ଯାଜପୁର ଜିଲ୍ଲାରେ ସ୍ୱାଭାବିକ ବର୍ଷା ଠାରୁ କମ ବର୍ଷା ହୋଇଛି । ଯାଜପୁର ରେ ସ୍ୱାଭାବିକ ବର୍ଷା ଠାରୁ ୨୧ ପ୍ରତିଶତ ଏବଂ କେନ୍ଦ୍ରାପଡା ରେ ୩୮ ପ୍ରତିଶତ ବର୍ଷା କମ ହୋଇଛି ।

ସେହିଭଳି ବାଲେଶ୍ୱର, କଟକ, ଖୋର୍ଦ୍ଧା , ଜଗତସିଂହପୁର, ପୁରୀ, ବୌଦ୍ଧ , ସୋନପୁର, ବଲାଙ୍ଗୀର, ନୂଆପଡା ଏବଂ ନବରଙ୍ଗପୁର ଜିଲ୍ଲାରେ ଆଜି ସୁଦ୍ଧା  ସ୍ୱାଭାବିକ (-୧୯ ରୁ +୧୯ ପ୍ରତିଶତ) ବର୍ଷା ଅନୁଭୂତ ହୋଇଛି ।

ମୟୁରଭଞ୍ଜ, ଭଦ୍ରକ, କେନ୍ଦୁଝର, ଅନୁଗୁଳ, ନୟାଗଡ, କଳାହାଣ୍ଡି, କନ୍ଧମାଳ, ଗଂଜାମ, ଗଜପତି, ରାୟଗଡା , କୋରାପୁଟ, ମାଲକାନଗିରି, ଏବଂ ବରଗଡ ଜିଲ୍ଲାରେ ଆଜି ସୁଦ୍ଧା ସ୍ୱାଭାବିକ ଠାରୁ ଅଧିକ (-୨୦ ରୁ +୫୯ ପ୍ରତିଶତ) ବର୍ଷା ଅନୁଭୂତ ହୋଇଛି |

ଢେଙ୍କାନାଳ, ଦେବଗଡ, ସମ୍ବଲପୁର, ଝାରସୁଗୁଡା ଏବଂ ସୁନ୍ଦରଗଡ ଜିଲ୍ଲାରେ ଆଜି ସୁଦ୍ଧା ସ୍ୱାଭାବିକ ଠାରୁ ଅତ୍ୟଧିକ (+୬୦ ପ୍ରତିଶତ କିମ୍ବା ତା ଠାରୁ ଅଧିକ ) ବର୍ଷା ଅନୁଭୂତ ହୋଇଛି |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.