ଫେବ୍ରୁଆରୀ ୫ରେ ପଶ୍ଚିମ ଓଡ଼ିଶା ବନ୍ଦ ଡାକରା ଦେଲା ଓକିଲ ସଂଘ 

ବଲାଙ୍ଗିର: ବିଭିନ୍ନ ଦାବି ନେଇ ଫେବ୍ରୁଆରୀ ୫ରେ ପଶ୍ଚିମ ଓଡ଼ିଶା ବନ୍ଦ ଡାକରା ଦେଇଛି ଓକିଲ ସଂଘ । ବଲାଙ୍ଗିରରେ ବିଭିନ୍ନ ଜିଲ୍ଲା ଓକିଲ ସଂଘର ବୈଠକ ହୋଇଥିଲା । ସୁପ୍ରିମକୋଟରେ ଓକିଲ ମାନଙ୍କ ଆନ୍ଦୋଳନ ଉପରେ ରୋକ ଲଗାଇବା ପରେ ପଶ୍ଚିମ ଓଡ଼ିଶା ଓକିଲମାନେ ଏକଜୁଟ ହୋଇଛନ୍ତି । ବଲାଙ୍ଗୀର, ସମ୍ବଲପୁର, ସୋନପୁର, ବୌଦ୍ଧର ଓକିଲ ଯୋଗ ଦେଇ ଫେବ୍ରୁଆରୀ ୫ରେ ପଶ୍ଚିମ ଓଡ଼ିଶା ବନ୍ଦ ଡାକରା ଦେଇଛନ୍ତି । ବରଗଡ଼ ଓ କଳାହାଣ୍ଡି ଜିଲ୍ଲା ଓକିଲ ସଂଘ ବୈଠକରେ ଯୋଗ ଦେଇନଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.