Below header

ଏମିତି ଏକ ସହର ଯେଉଁଠି ନାହାଁନ୍ତି କୌଣସି ସରକାର, ନିଜ ଇଚ୍ଛାର ମାଲିକ ଅଟନ୍ତି ଲୋକେ

କଣ ଆପଣ କେବେ ଭାବିଛନ୍ତି ଆପଣଙ୍କ ପକେଟରୁ ଟଙ୍କା ଖର୍ଚ୍ଚ ହୋଇଗଲେ ବି ଆପଣ ଶାନ୍ତିରେ ନିଶ୍ୱାସ ମାରୁଥିବେ ଏବଂ ଧର୍ମର କୌଣସି ମୂଲ୍ୟ ରଖେନାହିଁ ଓ ରାଜନୀତି ଆପଣଙ୍କ ଘରେ କିମ୍ବା ବ୍ୟକ୍ତିଗତ ଜୀବନରେ ଆଦୌ ମୁଣ୍ଡ ଖେଳାଇବ ନାହିଁ। ଯଦି ଆପଣ ଏମିତି ଜୀବନ ବଞ୍ଚିବାକୁ ଚାହୁଁଛନ୍ତି ତେବେ ପଣ୍ଡିଚେରୀର ଭିଲ୍ଲପୁରମ ଜିଲ୍ଲାକୁ ଯାଆନ୍ତୁ। ଯେଉଁଠି ଆପଣଙ୍କୁ ସବୁ କିଛି ମିଳିବ।

ଆଜିର ଦୁନିଆରେ ଯଦି ପକେଟରେ ଟଙ୍କା ନ ଥାଏ ତେବେ ଗୋଟିଏ ଯାଗାରୁ ଅନ୍ୟ ଏକ ଯାଗା ଯିବାକୁ ବହୁତ ସମସ୍ୟା ହୋଇଥାଏ। କିନ୍ତୁ ଆମର ଏହି ଦୁନିଆରେ ଏମିତି ଏକ ସ୍ଥାନ ଅଛି, ଯେଉଁଠି ଟଙ୍କା କୌଣସି ମୂଲ୍ୟ ରଖେନାହିଁ।ପଣ୍ଡିଚେରୀ ନିକଟବର୍ତ୍ତୀ ଏକ ଛୋଟ ସହର ଅରୋଭାଇଲକୁ କିଏ ବା ନଜାଣେ। ଅରୋଭାଇଲ ଏକ ଏମିତି ସହର ଯେଉଁଠି ପୁରୁଷ ଓ ମହିଳା ଶାନ୍ତିରେ ରହିଥାନ୍ତି। ସବୁ ପ୍ରକାରର ରାଷ୍ଟ୍ରୀୟତା ଉପରେ ରହିଥିବା ଏହି ସହରରେ ନାକୌଣସି କଳି ଝଗଡା, ନା କୌଣସି ଶୁଦ୍ଧ ରାଜନୀତି କାମ କରେ।

aurovilleଏହି ସହରକୁ ମୀରା ଅଲଫାସା, ଯାହାଙ୍କୁ ଦୁନିଆ ମା’ ନାମରେ ଜାଣିଛନ୍ତି, ତାଙ୍କ ଦ୍ୱାରା ୧୯୬୮ରେ ଶ୍ରୀ ଅରବିନ୍ଦ ସୋସାଇଟି ଦ୍ୱାରା ଏହାକୁ ସ୍ଥାପନା କରାଯାଇଥିଲା। ଏହି ସହରକୁ ରୋଜର ଆଙ୍ଗର ଡିଜାଇନ୍ କରିଥିଲେ। ସହରକୁ ସ୍ଥାପନା କରିଥିବା ମା’ଙ୍କ କହିବାକଥା ଯେ ଏହି ୟୁନିଭର୍ସାଲ ଟାଉନ୍ ଭାରତରେ ପରିବର୍ତ୍ତନର ବାର୍ତ୍ତା ଦେବ। ତାଙ୍କ ଉଦ୍ଦେଶ୍ୟ ଥିଲା ଯେ ଏହି ସହର ଏମିତି ହେବ, ଯେଉଁଠି ଲୋକମାନେ କୌଣସି ବି ଦେଶରୁ ଆସି ରହିପାରିବେ। ଯେଉଁଠି ତାଙ୍କୁ ଧନର ଜଞ୍ଜିର ଭିତରେ ରହିବାକୁ ପଡିବନାହିଁ।

cityଅରୋଭାଇଲ ସହରରେ ଆପଣଙ୍କୁ ମାନ୍ୟତାର ଚରମ ବିନ୍ଦୁ ଦେଖିବାକୁ ମିଳିବ। ଏଠାକୁ ପୂରା ଦୁନିଆର ୫୦ ଅଲଗା ଅଲଗା ଦେଶର ଲୋକ ଆସନ୍ତି ଏବଂ ରୁହନ୍ତି। ଏହିସବୁ ଲୋକଙ୍କ ସଂସ୍କ୍ରୁତି, ବୟସ, ବ୍ୟାକଗ୍ରାଉଣ୍ଡ ସବୁକିଛି ଜଣେ ଜଣଙ୍କ ଠାରୁ ଅଲଗା ଅଟେ। ଅରୋଭାଇଲ ସହର ଗୋଟିଏ ଲୋକ କିମ୍ବା ଗୋଟିଏ ସମାଜକୁ ଦର୍ଶାଇନଥାଏ ବରଂ ଏହି ସହର ମଣିଷପଣିଆକୁ ଦର୍ଶାଇଥାଏ। ସମସ୍ତ ଜାତି, ବର୍ଗ, ସମୂହ ଏବଂ ଧର୍ମର ଲୋକ ଏଠାରେ ରହିଥାନ୍ତି। ଏହି ସହରରେ ବର୍ତ୍ତମାନ ୨୪୦୦ ଲୋକ ବାସ କରୁଛନ୍ତି। ଏବେ ଆପଣ ଭାବୁଥିବେ ଏମିତି କେମିତି ସମ୍ଭବ।

aurovileଆମେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏଠାରେ ଲୋକମାନେ ଧାର୍ମିକ ବଦଳରେ ଆଧ୍ୟାତ୍ମିକତାକୁ ଅଧିକ ଗୁରୁତ୍ୱ ଦେଇଥାନ୍ତି। ସହରର ମଝାମଝିରେ ଏକ ମାତ୍ରୁ ମନ୍ଦିର ରହିଛି। ଯୋଗକୁ ଅନୁସରଣ କରୁଥିବା ଲୋକ ଏହି ସହରରେ ବହୁତ ମାତ୍ରାରେ ଅଛନ୍ତି। ଏଠାରେ ୯୦୦ ଆସନ ବିଶିଷ୍ଟ assembly ରହିଛି ଏବଂ ସହରର ସମସ୍ତ ବ୍ୟକ୍ତିଗତ ମାମଲାର ସମାଧାନ ଏଠାକାର ଲୋକ ହିଁ କରନ୍ତି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ସହରକୁ ଚଲାଇବା ପାଇଁ କୌଣସି ସରକାର ନାହାଁନ୍ତି ବରଂ ଏଠାକାର ବରିଷ୍ଠ ଲୋକମାନେ ଏହି ସହରକୁ ଚଳାଇଥାନ୍ତି। ଏଠାକାର ଲୋକେ ଜଣେ ଜଣଙ୍କ ଭାଷା ବିଝିପାରନ୍ତିନାହିଁ କିନ୍ତୁ ଏହାସତ୍ତ୍ୱେ ମଧ୍ୟ ସେ ତାଙ୍କର ସମସ୍ତ କାମ ବିନା ପ୍ରତିବନ୍ଧକରେ କରନ୍ତି। ସହର ଭିତରେ କୌଣସି ପ୍ରକାର ଟଙ୍କା ଲେଣଦେଣ ହୋଇନଥାଏ ବରଂ ଲୋକମାନେ ସହର ବାହାରେ ଜିନିଷ ପତ୍ର କିଣାବିକା କରନ୍ତି।

auroଏହାଛଡା ଏଠାରେ ସବୁ ଜିନିଷର ମୂଲ୍ୟ ବହୁତ କମ୍। ଏଠାରେ ଇଣ୍ଡଷ୍ଟ୍ରୀ, ରିସର୍ଚ୍ଚ ଇନଷ୍ଟିଚ୍ୟୁଟ, ଫାର୍ମ ହାଉସ୍ ଏବଂ ରେସ୍ତୋରାଁ ବି ରହିଛି। ଏହି ସ୍ଥାନର ନିଜର ଇମେଲ୍‌ ନେଟଓ୍ଵାର୍କ ମଧ୍ୟ ଅଛି। ଏହି ସ୍ଥାନକୁ ସବୁ ଦେଶର ଲୋକ ଏବଂ ସବୁ ବର୍ଗର ଲୋକ ଆସିପାରିବେ କିନ୍ତୁ ଏଠାକୁ ଆସିବା ପୂର୍ବରୁ ନିଜ ମନରୁ ସବୁ ପ୍ରକାର ଉଚ୍ଚ-ନୀଚ, ଜାତି-ଧର୍ମକୁ ଭୁଲି ଆସିବାକୁ ପଡିବ। ଧର୍ମକୁ ଯେଉଁଠି ଲୋକମାନେ ଅଶଦେଖା କରନ୍ତି ଏବଂ ଭାବନ୍ତି ଯେ ଟଙ୍କା ଏବଂ ରାଜନୀତି ବିନା ଜୀବନ ଜିଇଁବା ଅସମ୍ଭବ, ସେହି ସବୁ କଥାକୁ ମିଛ ପ୍ରମାଣିତ କରିଥାଏ ଭାରତର ଏହି ଖାସ୍ ସହର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.