କିସ୍‌ରେ ଉଦଘାଟିତ ହେଲା ଇଣ୍ଡୋ- କୋରିଆ ସାଂସ୍କୃତିକ ଓ ବିଜ୍ଞାନ ଅନୁଷ୍ଠାନ

କିସ୍‌ରେ ଉଦଘାଟିତ ହେଲା ଇଣ୍ଡୋ- କୋରିଆ ସାଂସ୍କୃତିକ ଓ ବିଜ୍ଞାନ ଅନୁଷ୍ଠାନ। ଏହି ଅବସରରେ କିଟ୍‌ ଓ କିସ୍‌ ପରିଦର୍ଶନରେ ଆସିଥିବା ସାଉଥ୍‌ କୋରିଆ ହାନ୍‌ସିଓ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ, ପ୍ରତିନିଧି ଓ ପ୍ରଫେସର କିମ୍‌ ଉପସ୍ଥିତ ଥିଲେ। ଦୀର୍ଘ ୧୨ ବର୍ଷ ଧରି କିଟ୍‌ ଓ କିସ୍‌ ଜରିଆରେ କୋରିଆ ଓ ଭାରତ ମଧ୍ୟରେ ସାଂସ୍କୃତିକ, ଶୈକ୍ଷିକ ଓ ବିଜ୍ଞାନ ଭିତ୍ତିକ ସମ୍ପର୍କ ଦୃଢ ହୋଇପାରିଛି ବୋଲି ପ୍ରଫେସର କିମ୍‌ ମତ ପ୍ରକାଶ କରିଛନ୍ତି । ଏହି ଅବସରରେ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟାପକ ଓ ପ୍ରତିନିଧିଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କିସ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡକ୍ଟର ପ୍ରଶାନ୍ତ କୁମାର ରାଉତରାୟ, ସିଓଓ ସୂଯ୍ୟର୍କାନ୍ତ ମହାନ୍ତି ଓ ନିର୍ଦେଶକ ଡକ୍ଟର. ପି.କେ.ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.