Below header

ଭଦ୍ରକ: ଟ୍ରାକ୍ଟର ଚକା ଖୋଲୁଥିବା ବେଳେ ଚକା ଫାଟି ଓଲଡିଂ ମିସ୍ତ୍ରୀଙ୍କ ମୃତ୍ୟୁ

ଭଦ୍ରକ(କେନ୍ୟୁଜ୍):  ଟ୍ରାକ୍ଟର ଚକା ଖୋଲୁଥିବା ବେଳେ ଚକା ଫାଟି ଓଲଡିଂ ମିସ୍ତ୍ରୀଙ୍କ ମୃତ୍ୟ । ଏଭଳି ଏକ ଦୁଖଦଃ ଘଟଣା ଘଟିଛି ଭଦ୍ରକ ଜିଲ୍ଲାର ବାସୁଦେବପୁର ତାରିଣୀ ଛକ ନିକଟରେ। ପଦ୍ମପୁର ଅଞ୍ଚଳର ଗୋଟିଏ ଟ୍ରାକ୍ଟରର ଚକା ଯାମ ହୋଇଯିବା ଯୋଗୁ ଟ୍ରାକ୍ଟର ମାଲିକ ତାରିଣୀ ଛକ ନିକଟରେ ଥିବା ଓଲଡିଂ ମିସ୍ତ୍ରୀ ସେକ ମୂଷାଙ୍କ ନିକଟକୁ ଆଣିଥିଲା। ମିସ୍ତ୍ରୀ ଜଣଙ୍କ ପ୍ରଥମେ ଟ୍ରାକ୍ଟରର ପଛ ଛକ ଖୋଲୁଥିବା ବେଳେ ଅଚାନକ ଭାବେ ଚକା ଜୋରରେ ବ୍ଲାଷ୍ଟ କରିଥିଲା। ଫଳରେ ସେକ ମୂଷାଙ୍କ ମୁଣ୍ଡରେ ଜୋରରେ ଆଘାତ ହୋଇ ରକ୍ତ ସ୍ରାବ ହୋଇଥିଲା।

ପ୍ରଥମେ ତାଙ୍କୁ ବାସୁଦେବପୁର ଡାକ୍ତରଖାନା ଓ ପରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ତେବେ ଏହି ଘଟଣା ସମ୍ପୃକ୍ତ ଅଞ୍ଚଳରେ ଏକ ଦୁଖଦଃ ପରିସ୍ଥିତି ସୃଷ୍ଟି କରିଛି। ସେକ ମୂଷାଙ୍କ ୩ ଗୋଟି ଛୋଟ ଝିଅ ଅଛନ୍ତି। ସେକ ମୂଷା ଯାହା ରୋଜଗାର କରନ୍ତି ସେଥିରେ ତାଙ୍କ ପରିବାର ଚଳେ। ତେବେ ତାଙ୍କ ମୃତ୍ୟୁ ଯୋଗୁ ପିଲା ମାନେ ବେସାହାରା ହୋଇପଡିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.