Below header

କେନ୍ଦୁଝର: ଆନନ୍ଦପୁର ପଚାଙ୍ଗ ଗାଁରେ କାନ୍ଥ ପଡି ଜଣେ ମହିଳା ଗୁରୁତର, ଅଳ୍ପକେ ବର୍ତ୍ତିଲା ୪ ମାସର ଶିଶୁ

 କେନ୍ଦୁଝର(କେନ୍ୟୁଜ୍): କାନ୍ଥପଡି ମହିଳା ଗୁରୁତର । ଅଳ୍ପକେ ବର୍ତ୍ତିଲା ୪ ମାସର ଶିଶୁ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପଚାଙ୍ଗ ଗାଁରେ କାନ୍ଥ ପଡି ଜଣେ ମହିଳା ଗୁରୁତର ହୋଇଥିବା ବେଳେ ତାଙ୍କର ୪ମାସର ଶିଶୁ କନ୍ୟା ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଗତ ୨ଦିନ ଧରି ଲଗାଣ ବର୍ଷା ଯୋଗୁ କାନ୍ଥ ଖସି ପଡିଛି । ଗାଁର ଇତିଶ୍ରୀ ନାୟକ ଘରେ ରୋଷେଇ କରୁଥିବା ବେଳେ କାନ୍ଥ ଖସି ପଡିଥିଲା । ପରେ ଗୁରୁତର ଅବସ୍ଥାରେ ଇତିଶ୍ରୀଙ୍କୁ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବା ମେଡିକାଲ ସୁତ୍ରରୁ ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.