Below header

ପୁଣି ତାତିଲେ ମାଓବାଦୀ, ତୁମୁଡିବନ୍ଧ ଥାନା ବନିମିଲା ନିକଟରେ ଗଛ ପକାଇ ରାସ୍ତା ଅବରୋଧ ସହ ଲଗାଇଲେ ପୋଷ୍ଟର

ତୁମୁଡିବନ୍ଧ(କେନ୍ୟୁଜ୍): ପୁଣି ତାତିଲେ ମାଓବାଦୀ। ତୁମୁଡିବନ୍ଧ ଥାନା ବନିମିଲା ନିକଟରେ ଗଛ ପକାଇ ରାସ୍ତା ଅବରୋଧ। ଏହାସହ ସିପିଆଇ ମାଓବାଦୀ ପକ୍ଷରୁ ପୋଷ୍ଟର ମଧ୍ୟ ଲଗାଯାଇଛି। ସରକାର ଦଲାଲ ପାଙ୍ଗଲପୁଦର, ଗୁମୁଡୁମାହା ଗୁଳିକାଣ୍ଡ, ନିଶାନଗୁଡ଼ା ଓ କଳିଙ୍ଗନଗର ବଳି ଗଣହତ୍ୟାକୁ ବିରୋଧ କିର ଏହି ପୋଷ୍ଟର ଲଗାଯାଇଛି। ଏହାସହ ପୋଲିସ ଇନଫର୍ମରର ନ ହେବାକୁ ପୋଷ୍ଟର ମାଧ୍ୟମରେ ଆହ୍ଵାନ୍‌ ଦିଆଯାଇଛି। ଗଛ ନିକଟରେ କିଛି ବିସ୍ଫୋରକ ଖଞ୍ଜାଯାଇଛି। ରାସ୍ତା ଅବରୋଧ ଫଳରେ NH-59 ରାୟପୁର, ବ୍ରହ୍ମପୁର ଓ ରାୟଗଡ଼ାକୁ ଗମନାଗମନ ଠପ୍‌ ହୋଇଯାଇଛି। ସେହିପରି ଦାରିଙ୍ଗବାଡି ରାସ୍ତା କନ୍ଦିବନ୍ଧା ଗାଁ ନିକଟରେ ଗଛ ପକାି ରାସ୍ତା ଅବରୋଧ ଫଳରେ ବାଲିଗୁଡରୁ ଦାରିଙ୍ଗବାଡି, ବ୍ରହ୍ମପୁର-ଗଜପତି ଦେଇ ଗାଡି ଚଳାଚଳ ସଂପୂର୍ଣ୍ଣ ବନ୍ଦ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.