Below header

ଯାଜପୁର: ଅଟୋରେ ଯାଉଥିବା ବେଳେ ବ୍ରାହ୍ମଣୀ ନଦୀକୁ ଡେଇଁଲେ ମହିଳା, ମତ୍ସ୍ୟଜୀବୀ କଲେ ଉଦ୍ଧାର

ଯାଜପୁର(କେନ୍ୟୁଜ୍): ବ୍ରାହ୍ମଣୀ ନଦୀକୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ। ଯାଜପୁର ଜିଲ୍ଲା ଚଣ୍ଡିଖୋଲ-ଡୁବୁରୀ ୫୩ ନମ୍ବରତୀୟ ରାଜପଥ କବାଟବନ୍ଧ ବ୍ରାହ୍ମଣୀ ସେତୁ ନିକଟରେ ଘଟିଛି ଏହି ଘଟଣା। ଆତ୍ମହତ୍ୟା ଉଦ୍ୟମ କରିଥିବା ମହିଳା ଜଣକ ହେଲେ ଜେନାପୁର ଥାନା ଅନ୍ତର୍ଗତ ଅଞ୍ଜିରା ଗ୍ରାମର ଭଗବାନ ମଳିକଙ୍କ ଝିଅ ଡଲି ମଳିକ। ସେ ଗତବର୍ଷ କୋରେଇ ବ୍ଲକ ତଳଗଡ ପଞ୍ଚାୟତ ଝୁଲଣ ଗ୍ରାମର ସାଗର ମଳିକଙ୍କୁ ବିବାହ କରିଥିଲେ। ଶାଶୁଘରେ ତାଙ୍କୁ ନିର୍ଯ୍ୟାତନା ଦିଆଯାଉଥିଲା। ଏନେଇ ଥାନାରେ ମଧ୍ୟ ମାମଲା ରୁଜୁ ହୋଇଥିବା ଜଣାଯାଇଛି।

suicide atttempt 1

ତେବେ ଡଲି ବାପଘରେ ରହୁଥିବା ବେଳେ ଆଜି ତାଙ୍କୁ ବୁଝାସୁଝା କରି ଶାଶୁ ଘରକୁ ଏକ ଅଟୋ ଯୋଗେ ତାଙ୍କ ମା ନେଇ ଯାଉଥିବା ବେଳେ କବାଟବନ୍ଧ ବ୍ରାହ୍ମଣୀ ସେତୁ ଅଧାରେ ଅଟୋରୁ ହଠାତ ଓଲ୍ହାଇ  ପୋଲ ଉପରୁ ନଦୀକୁ ଡେଇଁ ପଡ଼ିଥିଲେ । ଗାଡ଼ିରେ ଥିବା ଡଲିର ମା ଓ ଅଟୋ ଚାଳକ କିଛି ବୁଝି ପାରିନଥିଲେ। ତେବେ ସେମାନେ ପାଟି କରିବାରୁ ନଦୀ ଭିତରେ ମାଛ ଧରୁଥିବା କିଛି ଲୋକେ ମହିଳାଙ୍କୁ ପାଣି ଭିତରୁ ଜୀବିତ ଅବସ୍ଥାରେ ଉଦ୍ଧାର କରିଥିଲେ। ଏଥିସହ ନିକଟସ୍ଥ କବାଟବନ୍ଧ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଯାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ପ୍ରାଥମିକ ଚିକିତ୍ସା କରି ଯାଜପୁର ଜିଲ୍ଲା ଡାକ୍ତରଖାନାକୁ ପଠାଇଥିବା ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.