ରିକ୍ସା ଚାଳକକୁ ୧୪ ବର୍ଷ କାରାଦଣ୍ଡାଦେଶ, ନିଶା ଦେଇ ନାବାଳିକାକୁ ଦୁଷ୍କର୍ମ ସହ କରିଥିଲା ଗର୍ଭବତୀ

କଟକ(କେନ୍ୟୁଜ୍): ନାବାଳିକା ବଳାତ୍କାରୀ ଦୋଷୀ ସାବ୍ୟସ୍ତ। ୧୪ ବର୍ଷ ସଶ୍ରମ କାରାଦଣ୍ଡ ନିର୍ଦ୍ଦେଶ ଦେଲେ କଟକର ସ୍ୱତନ୍ତ୍ର ପକସୋ କୋର୍ଟ। ଜେଲଦଣ୍ଡ ସହ ୧୦ ହଜାର ଟଙ୍କା ଜୋରିମାନା ନିର୍ଦ୍ଦେଶ। ଜୋରିମାନା ଅନାଦେୟ ଅଧିକ ୬ ମାସ ଜେଲ ଦଣ୍ଡ। ପିଡିତାଙ୍କୁ ୫ ଲକ୍ଷ କ୍ଷତିପୂରଣ ଦେବାକୁ ଅଦାଲତଙ୍କ ନିର୍ଦ୍ଦେଶ। ରାଜ୍ୟ ସରକାର ଦେବେ ଏହି କ୍ଷତିପୂରଣ। ଜିଲ୍ଲା ଆଇନସେବା ପ୍ରାଧିକରଣରୁ ଦିଆଯିବ ଏହି କ୍ଷତିପୂରଣ। ୨୦୧୪ ନଭେମ୍ବର ମାସରେ କଟକ ସହରରେ ଘଟିଥିଲା ଘଟଣା। ନାବାଳିକା ଷ୍ଟେସନ ଅଞ୍ଚଳରେ ଜରି ଗୋଟାଇ ପେଟ ପୋଷୁଥିଲା।ଦୋଷୀ ଜଣକ ନାବାଳିକାକୁ ପ୍ରଲୋଭନ ଦେଖାଇ ନିଶା ଦେଇ ନାବାଳିକାକା ସହ ଶାରୀରିକ ସମ୍ପର୍କ ରଖିଥିଲେ । ଯାହାଫଳରେ ନାବାଳିକା ଜଣକ  ଗର୍ଭବତୀ ହୋଇଥିଲେ। ଦୋଷୀ ଅଜୟ ସାମଲ ଜଣେ ରିକ୍ସା ଚାଳକ।

ଘଟଣାକୁ ନେଇ ଚାଇଲଡ଼ ଲାଇନ ପକ୍ଷରୁ କଟକ ମହିଳା ଥାନାରେ ମାମଲା ରୁଜୁ ହୋଇଥିଲା । ୧୦ ଜଣ ସାକ୍ଷୀ ଓ ୧୧ ଟି ତଥ୍ୟ ପ୍ରମାଣ ଆଧାରରେ ଆଜି ଦୋଷୀ ସାବ୍ୟସ୍ତ କରିଛନ୍ତି ପକସୋ କୋର୍ଟ। ମାମଲା ପରିଚାଳନା କରୁଥିଲେ ସରକାରୀ ଓକିଲ ରମେଶ ମହାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.