ପ୍ଲାଟଫର୍ମରେ ଠିଆ ହୋଇଥିବା ଟ୍ରେନ୍‌ର ଇଂଜିନି କାହିଁକି ବନ୍ଦ ହୁଏ ନାହିଁ, ଜାଣନ୍ତୁ ଏହାର କାରଣ

ଅଧିକାଂଶ ସମୟ ଆପଣ ଟ୍ରେନରେ ଯାତ୍ରା କଲାବେଳେ ଦେଖିଥିବେ ଷ୍ଟେସନରେ କିଛି କାମ ନଥାଇ ମଧ୍ୟ ଇଂଜିନ ଷ୍ଟାର୍ଟ ହୋଇଥାଏ । କିମ୍ବା କୌଣସି ଟ୍ରେନ ଆସି ଷ୍ଟେସନରେ ରହିବା ପରେ କିଛି ସମୟ ପାଇଁ ରହିଲେ ବି ତା’ର ଡିଜେଲ ଇଂଜିନ ମଧ୍ୟ ଚାଲୁ ରହିଥାଏ । ଏଥିପାଇଁ ଅଯଥାରେ ତେଲ ପୋଡ଼ୁଥିଲେ ମଧ୍ୟ ଇଂଜିନ ବନ୍ଦ ହୋଇନଥାଏ । ତେବେ ଏହା ପଛରେ କାରଣ କ’ଣ ଆପଣ ଜାଣନ୍ତି କି ?

ବିନା କାମରେ ଷ୍ଟେସନରେ ଠିଆ ହୋଇ ରହିଥିବା ଇଂଜିନକୁ ଷ୍ଟାର୍ଟରେ ରଖିବା ପାଇଁ ପାଇଲଟ ବା ଡ୍ରାଇଭର ପାଇଁ ବାଧ୍ୟବାଧକତା ହୋଇଥାଏ । ସବୁଠୁ ବଡ଼ କାରଣ ଯେ ଟ୍ରେନ୍‌ ଷ୍ଟେସନରେ ବନ୍ଦ ହେଲେ ଟ୍ରେନ ଇଂଜିନ ତା’ର ବ୍ରେକ୍‌ ପ୍ରେସର ଛାଡ଼ିଦେଇଥାଏ ।

ଟ୍ରେନ ଷ୍ଟେସନରେ ରହିବା ବେଳେ ଆପଣ ଏକ ସିଟି ଭଳି ଆବାଜ ନିଶ୍ଚୟ ଶୁଣିଥିବେ । ଏହି ଆବାଜ ଏହି କଥାର ସଂକେତ ଦିଏ ଯେ ବ୍ରେକ ପ୍ରେସର ଛାଡ଼ି ଦିଆଗଲା । ଯଦି ଟ୍ରେନକୁ ଷ୍ଟେସନରେ ପୁରା ବନ୍ଦ କରିଦିଆଯାଏ ତେବେ ଏହାର ବ୍ରେକ ପ୍ରେସର ତିଆରି କରିବା ପାଇଁ ବହୁତ ସମୟ ଲାଗିବ । ଯଦି ଇଂଜିନ ବନ୍ଦ କରିଦିଆଯା ତେବେ ଏହାର ପ୍ରେସର କମ୍‌ ହୋଇଯାଇଥାଏ । ଫଳରେ ଦୁର୍ଘଟଣା ହେବାର ଆଶଙ୍କା ରିହଥାଏ । ଏଥିପାଇଁ ଯାତ୍ରୀଙ୍କ ପ୍ରାଣହାନି ବି ହୋଇପାରେ ।

ଟ୍ରେନ ଇଂଜିନ ବହୁତ ଜଟିଳ ହୋଇଥାଏ

ଏହାର ଅନ୍ୟ କାରଣ ହେଲା ଟ୍ରେନର ଇଂଜିନ ପୁଣି ଥରେ ଷ୍ଟାର୍ଟ କରିବା ପାଇଁ ବହୁତ ସମୟ ଲାଗିଥାଏ । କାରଣ ଡିଜେଲ ଇଂଜିନ ଏକ ବଡ଼ ୟୁନିଟ ହୋଇଥାଏ । ଯେଉଁଥିରେ ୧୬ ସିଲିଣ୍ଡେର ରହିଥାଏ । ଡିଜେଲ ଇଂଜିନ କମ୍ପ୍ରେସନ ଇଗ୍ରୀସନ ଉପରେ କାମ କରିଥାଏ । ଏଥିରେ ସ୍ପାର୍କ ପ୍ଲଗ ବା ଅନ୍ୟ ଇଗ୍ରୀସନ ଏଜେଣ୍ଟ ନଥାଏ ।

ଯାହାକି ପେଟ୍ରୋଲ ଇଂଜିନରେ ଥାଏ । ତେଣୁ ଯେତେବେଳେ ଡିଜେଲ ଇଂଜିନକୁ ଷ୍ଟାର୍ଟ କରାଯାଏ,ଏଥିପାଇଁ ଇଂଜିନକୁ ଆବଶ୍ୟକୀୟ ଟେମ୍ପେରଚରକୁ ଆଣିବାକୁ ପଡ଼ିଥାଏ । ଯାହାକି ଏୟାର ଫୁଏଲ କମ୍ପ୍ରେସନରେ ତିଆରି ହୋଇଥାଏ ।

ଏହିସବୁ କାରଣରୁ ଏବେ ଡିଜେଲ ଇଂଜିନ ଧିରେ ଧିରେ ବନ୍ଦ ହେବାକୁ ବସିଲାଣି । ଯାହାଫଳରେ ଅଯଥା ଫୁଏଲ ନଷ୍ଟ ହେବାରୁ ରୋକାଯାଇପାରିବ । ପୂର୍ବରୁ କୋଇଲା ଇଂଜିନ ମଧ୍ୟ ଚାଲୁଥିଲା । ହେଲେ ଏମିତି କିଛି ଅସୁବିଧା କାରଣରୁ ସେଗୁଡ଼ିକ ଏବେ ବନ୍ଦ ହୋଇଯାଇଛି । ଏବେ ଇଲେକ୍ଟ୍ରିକ ଇଂଜିନ ବେଶୀ ଚାଲୁଛି ।

Leave A Reply

Your email address will not be published.