Below header

ସମ୍ବଲପୁର: କାଲେଶ୍ୱରଟିକରା କ୍ଷେତ ଭିତରୁ ଜଣେ ଯୁବକଙ୍କ ମୃତ ଦେହ ଠାବ, ହତ୍ୟା ବୋଲି ସନ୍ଦେହ କରୁଛି ପୋଲିସ

ସମ୍ବଲପୁର(କେନ୍ୟୁଜ୍):  ସମ୍ବଲପୁର ଜିଲ୍ଲାର ଶାସନ ଥାନା ଅନ୍ତର୍ଗତ  ଗୁରୁପାଲି ଓ କାଲେଶ୍ୱରଟିକରା ଗାଁ ମଝି କ୍ଷେତ ଭିତରୁ ଜଣେ ଯୁବକଙ୍କ ମୃତ ଦେହ ଠାବ ହୋଇଛି। ମୃତ ଯୁବକ ଜଣକ ଗୁରୁପାଲି ଗାଁର କୈଳାସ ବାଗ( ୨୪) ବୋଲି ଜଣାପଡିଛି। ଗତକାଲି ଠାରୁ ସେ ଘରୁ ବାହାରି ଆଉ ଘରକୁ ଫେରିନଥିଲେ। ଏନେଇ ପରିବାର ଲୋକେ ଶାସନ ଥାନାରେ ଅଭିଯୋଗ ମଧ୍ୟ କରିଥିଲେ।

ଆଜି ସ୍ଥାନୀୟ ଅଞ୍ଚଳରର କିଛି ଲୋକ ମୃତ ଦେହକୁ ଏକ ବିଲ ଭିତରେ ଦେଖି ପୋଲିସକୁ ଖବର ଦେଇଥିଲେ। ଶାସନ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଛେଦ ପାଇଁ ପଠେଇଛି ।ତେବେ ପ୍ରାଥମିକ ତଦନ୍ତରୁ ଏହା ଏକ ହତ୍ୟାକାଣ୍ଡ ବୋଲି ପୋଲିସ ସନ୍ଦେହ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.