Below header

ଟ୍ରାକରେ ରିଲ୍ସ କରିବା ଯୁବକଙ୍କୁ ପଡିଲା ଭାରି, ଚଢ଼ିଗଲା ନୀଳାଚଳ ଏକ୍ସପ୍ରେସ୍‌

ଟ୍ରେନ ଟ୍ରାକରେ ରିଲ୍ସ କରିବା ଯୁବକଙ୍କୁ ପଡିଲା ଭାରି । ରିଲ୍ସ କରୁଥିବା ବେଳେ ଚଢ଼ିଗଲା ନୀଳାଚଳ ଏକ୍ସପ୍ରେସ୍‌ । ଗତକାଲି ଅପରାହ୍ନରେ ଏପରି ମର୍ମନ୍ତୁଦ ଦୁର୍ଘଟଣା ବାଲେଶ୍ୱର ଜିଲ୍ଲା ସବିରା ରେଳ ଷ୍ଟେସନ୍‌ ନିକଟରେ ଘଟିଛି। ସବିରା ଷ୍ଟେସନ ଠାରୁ ୨ ଶହ ଶହ ମିଟର ଦୂରରେ ଏଭଳି ଦୁଃଖଦ ଘଟଣା ଘଟଣା ଘଟିଛି ।

ବାଲେଶ୍ୱର (କେନ୍ୟୁଜ): ଟ୍ରେନ ଟ୍ରାକରେ ରିଲ୍ସ କରିବା ଯୁବକଙ୍କୁ ପଡିଲା ଭାରି । ରିଲ୍ସ କରୁଥିବା ବେଳେ ଚଢ଼ିଗଲା ନୀଳାଚଳ ଏକ୍ସପ୍ରେସ୍‌ । ଗତକାଲି ଅପରାହ୍ନରେ ଏପରି ମର୍ମନ୍ତୁଦ ଦୁର୍ଘଟଣା ବାଲେଶ୍ୱର ଜିଲ୍ଲା ସବିରା ରେଳ ଷ୍ଟେସନ୍‌ ନିକଟରେ ଘଟିଛି। ସବିରା ଷ୍ଟେସନ ଠାରୁ ୨ ଶହ ଶହ ମିଟର ଦୂରରେ ଏଭଳି ଦୁଃଖଦ ଘଟଣା ଘଟଣା ଘଟିଛି ।

ନିକଟସ୍ଥ ଗ୍ରାମରେ ଯୁବକମାନଙ୍କର ଦ୍ୱାରା ଆୟୋଜିତ ନାଟକରେ ଭାଗ ନେବାକୁ ଭଦ୍ରକ ବାଣିତିଆ ଗ୍ରାମର ଅକ୍ଷୟ ପାତ୍ର(୩୦) ଗତ କିଛିଦିନ ହେଲା ସେହି ଗ୍ରାମରେ ରହୁଥିଲେ । ଗତକାଲି ଅପରାହ୍ନରେ ଅକ୍ଷୟଙ୍କ ସହିତ ୪ରୁ ୫ ଯୁବକ ମିଶି ଏକ ରିଲ୍ସ ସୁଟିଂ ପାଇଁ ସବିରା ଷ୍ଟେସନକୁ ଆସିଥିଲେ । ଠିକ୍‌ ସେତିକି ବେଳେ ସେହି ଲାଇନରେ ଯାଉଥିବା ନୀଳାଚଳ ଏକ୍ସପ୍ରେସ୍‌ ଅକ୍ଷୟଙ୍କୁ ପଛରୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ହେଲେ ତାଙ୍କ ସାଥୀମାନେ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ। ଖବର ପାଇ ଆରପିଏଫ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିବା ଜଣାପଡିଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.