ସୋର(କେନ୍ୟୁଜ୍): ଦାଦନ ଖଟିବାକୁ ଯାଇ ଯୁବକ ନିଖୋଜ। ଟ୍ରେନ୍ ଭିତରେ GRP ପିଟୁଥିବା ଭିଡିଓ ଭାଇରାଲ ପରେ ବାଲେଶ୍ୱର GRP ଥାନାରେ ମାମଲା। ବାଲେଶ୍ୱର ଖନ୍ତାପଡ଼ା ଥାନା ଶ୍ରୀଜଙ୍ଗ ଗାଁର ଜଣେ ଯୁବକ ଦାଦନ ଖଟିବାକୁ କେରଳ ଯାଇଥିଲେ। ସେଠାରେ ସେ ଟ୍ରଲରରେ ମାଛ ମାରିବା କାମ କରୁଥିଲେ। କିନ୍ତୁ ୨୨ ଦିନ ପରେ ତାଙ୍କ ମୋବାଇଲ୍ ସୁଇଚ୍ ଅଫ୍ ଆସିଲା। ଘର ଲୋକ ତାଙ୍କ ସହ ଆଉ ଯୋଗାଯୋଗ ମଧ୍ୟ କରିପାରିଲେନି।
ହେଲେ କିଛି ଦିନ ପରେ ଟ୍ରେନ୍ ଭିତରେ ରେଲୱେ ପୋଲିସ ଯୁବକ ଜଣଙ୍କୁ ଗୋଇଠା ମାରୁଥିବା ଏକ ଭିଡିଓ ପରିବାର ଲୋକଙ୍କ ନିକଟକୁ ଆସିଥିଲା। ଏନେଇ ସେମାନେ ରେଲୱେ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ତୁରନ୍ତ ପୁଅକୁ ଫେରାଇ ଆଣିବାକୁ ଅନୁରୋଧ କରିଛନ୍ତି।