Below header

କିନ୍ନର ସଞ୍ଜନା ବେହେରାଙ୍କୁ ଥାନାରେ ବିବାହ କଲେ ଯୁବକ

କିନ୍ନର ଓ ଯୁବକଙ୍କ ପ୍ରେମକାହାଣୀରେ ଯୋଡି ହେଲା ନୂଆ ଫର୍ଦ। କିନ୍ନର ସଞ୍ଜନା ବେହେରାଙ୍କୁ ଥାନାରେ ବିବାହ କଲେ କାମାକ୍ଷାନଗର ଥାନା ରାଜକୁଳା କାଟେଣୀ ଗ୍ରାମର ଯୁବକ ଦିପ୍ତିମୟ ମହାରଣା ।

କାମାକ୍ଷାନଗର(କେନ୍ୟୁଜ): ନା ଥିଲା ବାଜା ରୋଷଣୀ ନା ହୋଇଥିଲା ଭୋଜି ଭାତର ଆୟୋଜନ । କିନ୍ତୁ ବିବାହ ବନ୍ଧନରେ ବାନ୍ଧି ହେଲେ ଦୁଇ ପ୍ରେମ ପକ୍ଷୀ । ନିଜ ପ୍ରେମିକାର ମଥାରେ ସିନ୍ଦୁର ହାତରେ ଚୁଡି ପିନ୍ଧାଇଥିଲେ ଯୁବକ ଜଣଙ୍କ । ଉଭୟ ଉଭୟଙ୍କୁ ଫୁଲ ମାଳ ପକାଇ ଏକାଠି ଜୀବନ ବିତାଇବାକୁ ଶପଥ ନେଇଥିଲେ ।  କଥାରେ ଅଛି ପ୍ରେମ ଆଗରେ ସବୁ ତୁଛ । ଠିକ୍ ଏମିତି ଏକ ଘଟଣା ଏବେ ସାମ୍ନାକ ଆସିଛି ଭଲପାଇ ଯୁବକଙ୍କୁ ବିବାହ କଲେ ଏହି କିନ୍ନର।

ହଁ ଆଜ୍ଞା କିନ୍ନର ଓ ଯୁବକଙ୍କ ପ୍ରେମକାହାଣୀରେ ଯୋଡି ହେଲା ଆଉ ଏକ ନୂଆ ଫର୍ଦ୍ଦ। କିନ୍ନର ସଞ୍ଜନା ବେହେରାଙ୍କୁ ଥାନାରେ ବିବାହ କଲେ କାମାକ୍ଷାନଗର ଥାନା ରାଜକୁଳା କାଟେଣୀ ଗ୍ରାମର ଯୁବକ ଦିପ୍ତିମୟ ମହାରଣା । ସୂଚନା ଅନୁସାରେ ଦିପ୍ତିମୟ ଭୁବନେଶ୍ୱରରେ ଫୁଡ୍ ଡେଲିଭରୀ ବଏ ଭାବେ କାମ କରୁଥିବା ବେଳେ କିନ୍ନର ସଞ୍ଜନା ସହ ତାଙ୍କର ଦେଖା ହୋଇଥିଲା । ପ୍ରଥମେ ସେ କିନ୍ନର ସଞ୍ଜନାଙ୍କୁ ତାଙ୍କ ପ୍ରେମ ଜାଲରେ ଫସେଇଥିଲେ । ଆଉ ମିଠା ମିଠା କଥା କହି ପ୍ରାୟ ବର୍ଷେ କାଳ ସଞ୍ଜନାଙ୍କଠାରୁ ଅନେକ କିଛି ନେଇଥିଲେ ଯୁବକ ଦିପ୍ତିମୟ ।

ଦିପ୍ତିମୟ ବିଭିନ୍ନ ସମୟରେ ସଞ୍ଜନାଙ୍କ ଠାରୁ ମୋଟା ଅଙ୍କର ଅର୍ଥ ନେବା ସହିତ ତାଙ୍କ ସୁନା ଅଳଙ୍କାର ଯାହା ବି ଥିଲା ତାହା ନେଇଥିଲେ । ମାତ୍ର ବିବାହ କଥା ଉଠିଲାବେଳକୁ ଧରାଛୁଆଁ ଦେଉନଥିଲେ । ଯାହାଫଳରେ ସଞ୍ଜନା କିଛି ଉପାୟ ନପାଇ ଶେଷରେ ଥାନାରେ ଏନେଇ ଅଭିଯୋଗ କରିଥିଲେ ।

ତେବେ କାମାକ୍ଷାନଗର ଥାନାର ଆଶ୍ରୟ ନେବାପରେ ପୋଲିସ୍ ଘଟଣାରେ ହସ୍ତକ୍ଷପ କରିଥିଲା । ଉଭୟଙ୍କ ଥାନାକୁ ଡକାଇ ପଚରା ଉଚରା କରିଥିଲା । ଏହାପରେ ଗତକାଲି ସନ୍ଧ୍ୟା ସମୟରେ କାମାକ୍ଷାନଗର ଥାନାରେ ଉଭୟଙ୍କ ବିବାହ କରାଯାଇଥିବା ଖବର ମିଳିଛି । ତେବେ ସଞ୍ଜନା କହିଛନ୍ତି ଆମ ଭିତରେ ଟିକେ ମନମାଳିନ ହୋଇଥିଲା କିନ୍ତୁ ଏବେ ସବୁ କିଛି ଠିକ୍ ହୋଇଯାଇଛି ।

ଏପଟେ ଏହି ବିବାହ ସମୟରେ ଥାନା କର୍ମଚାରୀ, ବିଭିନ୍ନ ଅନୁଷ୍ଠାନର ସଦସ୍ୟ ଓ କିନ୍ନର ସମାଜର କିଛି କିନ୍ନର ମା ମାନେ ଉପସ୍ଥିତ ରହିଥିଲେ । ଆଗାମୀ ଜୀବନ ସେମାନଙ୍କର ସୁଖମୟ ହେଉ ସେନେଇ ସଭିଏଁ ଶୁଭକାମନା ଜଣାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.