Below header

ଗାଁ ମଝିରେ ଯୁବକଙ୍କୁ ଗୋଡ଼ାଇ ପିଟି ପିଟି ହତ୍ୟା କଲେ ଦୁର୍ବୃତ୍ତ, ୬ ଅଟକ

ଗାଁ ମଝିରେ ଗୋଡ଼ାଇ ଗୋଡ଼ାଇ ବାଡ଼ିରେ ପିଟି ହତ୍ୟା କଲେ ଦୁର୍ବୃତ୍ତ । ଝାରସୁଗୁଡା ଜିଲ୍ଲା ଲଇକେରା ଥାନା ପତ୍ରାପାଲି ଗାଁରେ ବିଳମ୍ବିତ ରାତିରେ ଘଟିଛି ଏହି ବୀଭତ୍ସ ହତ୍ୟାକାଣ୍ଡ ।

ଝାରସୁଗୁଡା (କେନ୍ୟୁଜ) : ଯୁବକଙ୍କୁ ପିଟି ପିଟି ହତ୍ୟା । ଗାଁ ମଝିରେ ଗୋଡ଼ାଇ ଗୋଡ଼ାଇ ବାଡ଼ିରେ ପିଟି ହତ୍ୟା କଲେ ଦୁର୍ବୃତ୍ତ । ଝାରସୁଗୁଡା ଜିଲ୍ଲା ଲଇକେରା ଥାନା ପତ୍ରାପାଲି ଗାଁରେ ବିଳମ୍ବିତ ରାତିରେ ଘଟିଛି ଏହି ବୀଭତ୍ସ ହତ୍ୟାକାଣ୍ଡ । ମୃତକ ବିପିନ ଭୋଇ । ଗୋଟିଏ ପରିବାରର ୬ଜଣ ସଦସ୍ୟ ବିପିନଙ୍କୁ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି ।

ଲଇକେରା ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ୬ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ତେବେ କଣ ପାଇଁ ବିପିନଙ୍କୁ ହତ୍ୟା କରାଗଲା ସେନେଇ କାରଣ ଅସ୍ପଷ୍ଟ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.