ଭାରତ-ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଟେଷ୍ଟ : ତ୍ରୁଟି ସୁଧାରି ମଇଦାନକୁ ଓହ୍ଲାଇବ ରୋହିତ ବାହିନୀ

ଆଜିଠୁ ଭାରତ-ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଟେଷ୍ଟ ମ୍ୟାଚ ପାଇଁ କେପଟାଉନରେ ଉଭୟ ଦଳ ମୁହାଁମୁହିଁ ହେବେ । ପ୍ରଥମ ଟେଷ୍ଟରରେ ଇନିଂସ ପରଜୟ ପରେ ଆଜିର ମ୍ୟାଚ ଜିତି ସିରିଜ ବରାବର ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ଟିମ ଭାରତ ।

ଆଜିଠୁ ଭାରତ-ଦକ୍ଷିଣ ଆଫ୍ରିକା ଦ୍ବିତୀୟ ତଥା ଶେଷ ଟେଷ୍ଟ । କେପଟାଉନରେ ଉଭୟ ଦଳ ମୁହାଁମୁହିଁ ହେବେ । ପ୍ରଥମ ଟେଷ୍ଟରରେ ଇନିଂସ ପରଜୟ ପରେ ଆଜିର ମ୍ୟାଚ ଜିତି ସିରିଜ ବରାବର ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ଟିମ ଭାରତ। ବ୍ୟାଟରଙ୍କ ଦୁର୍ବଳ ସଟ ଓ ବୋଲରଙ୍କ ଦିଶାହୀନ ବୋଲିଂ ପ୍ରଥମ ଟେଷ୍ଟ ପରାଜୟର ମୁଖ୍ୟ କାରଣ ଥିଲା । ଦ୍ବିତୀୟ ଟେଷ୍ଟ ପର୍ବରୁ ରୋହିତ ବାହିନୀ ତ୍ରୁଟି ସୁଧାରି ମୈଦାନକୁ ଓହ୍ଲାଇବ । କେପଟାଉନରେ ଖେଳାଯିବାକୁ ଥିବା ଏହି ଟେଷ୍ଟ ମ୍ୟାଚର ସମୟ ପରିବର୍ତ୍ତନ ହୋଇଛି । ନିର୍ଦ୍ଧାରିତ ସମୟରେ ମ୍ୟାଚ ଖେଳାଯିବ ନାହିଁ ବୋଲି ସୂଚନା ମିଳିଛି । ପ୍ରଥମ ମ୍ୟାଚ ଦିନ ୧.୩୦ରେ ଆରମ୍ଭ ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚର ସମୟ ଏବେ ପରିବର୍ତ୍ତନ ହୋଇଛି । ଦ୍ୱିତୀୟ ମ୍ୟାଚ ୧.୩୦ ଦିନ ୨.୦୦ରେ ଖେଳାଯିବ  ।

ସବୁ ଖେଳାଳି ନେଟସରେ ଝାଳବୁହା ଅଭ୍ୟାସ କରିଛନ୍ତି । ରୋହିତ, ଯଶସ୍ବୀ ଜୟସ୍ବାଲ ଓ ଶୁବମନ୍ ଗିଲଙ୍କୁ ଚମତ୍କାର ବ୍ୟାଟିଂ କରିବାକୁ ପଡ଼ିବ । ସେହିପରି ମିଡିଲ ଅର୍ଡରରେ ବିରାଟ କୋହଲି ଓ ଶ୍ରେୟସ ଆୟରଙ୍କୁ ଭଲ ଖେଳ ଦେଖାଇବାକୁ ହେବ । ଦକ୍ଷିଣ ଆଫ୍ରିକାର ପେସ ବାହୀନିର ମୁକାବିଲା ପାଇଁ ସ୍ବତନ୍ତ୍ର ଗେମ ପ୍ଲାନ କରିଛି ଟିମ୍ ଇଣ୍ଡିଆ । ଅଶ୍ବିନ ପ୍ରଥମ ଟେଷ୍ଟରେ ୧୯ ଓଭର ବୋଲିଂ କରି ୪୧ରନ ଦେଇ ଗୋଟିଏ ୱିକେଟ ନେଇଥିଲେ ।

ଭାରତୀୟ ଟିମ ପାଇଁ ପେସ ବୋଲିଂ ଚିନ୍ତାଜନକ ହୋଇଛି । ଏଭଳି ସ୍ଥିତିରେ ଦଳ ଚୟନ ଟିମ୍ ଇଣ୍ଡିଆ ଆଗରେ ବଡ଼ ଦ୍ବନ୍ଦ୍ବ ସୃଷ୍ଟି କରିଛି । ଅନ୍ୟପଟେ କେପଟାଉନ ନ୍ୟୁଲାଣ୍ଡସ ଗ୍ରାଉଣ୍ଡ ଦକ୍ଷିଣ ଆଫ୍ରିକା ପାଇଁ ଅଭେଦ୍ୟ ଦୁର୍ଗ । ଏଠାରେ ଉଭୟ ଦଳ ଛଅଟି ଟେଷ୍ଟ ଖେଳିଥିବା ବେଳେ ୪ଟିରେ ଘରୋଇ ଦଳ ବାଜି ମାରିଛି । ଏଥିରୁ ୪ଟି ହାରିଥିବା ବେଳେ ୨ଟି ମ୍ୟାଚ ଡ୍ର ରହିଛି ।  ପ୍ରଥମ ଟେଷ୍ଟରେ ପରାଜୟ ପରେ ଦ୍ବିତୀୟ ଟେଷ୍ଟ ଦଳ ଚୟନକୁ ନେଇ ବି ଚର୍ଚ୍ଚା ଆରମ୍ଭ ହୋଇଛି । ୩୧ ବର୍ଷ ପରେ ଦକ୍ଷିଣଆଫ୍ରିକାରେ ଟେଷ୍ଟ ସିରିଜ ଜିତିନି ଭାରତ । ୮ ଥର ପ୍ରୟାସ କରି ଅସଫଳ ରହିଛି । ୭ଟି ମ୍ୟାଚ ଜିତିଥିବା ବେଳେ ଗୋଟିଏ ମ୍ୟାଚ ଡ୍ର ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.