Below header

ଆସାମ: ପିକନିକ ଯାଉଥିବାବେଳେ ବସ୍‌ -ଟ୍ରକ ମୁହାଁମୁହିଁ ଧକ୍କା, ୧୪ ମୃତ

ଆସାମର ଗୋଲାଘାଟ ଜିଲ୍ଲାରେ ଏଭଳି ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ଏହି ଭୟାବହ ଦୁର୍ଘଟଣାରେ ୧୪ ଜଣଙ୍କର ମୃତ୍ୟୁ ହୋଇଛି । ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପାଖାପାଖି ୨୭ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି ।

ପିକନିକ ହେଲା କାଳ । ବେଶ ଖୁସି ମନରେ ପିକନିକ୍‌ ଯାଉଥିଲେ । କିନ୍ତୁ ରାସ୍ତାରେ ଛକି ବସିଥିଲା ଯମ । ଆଉ ନିମିଷକରେ ଶେଷ ହୋଇଗଲା ସବୁ କିଛି । ବସ୍‌ ଟି ହଠାତ ଏକ ଟ୍ରକ ସହ ଧକ୍କା ହୋଇଥିଲା ଏବଂ ଘଟିଗଲା ଭୟଙ୍କର ଦୁର୍ଘଟଣା । ଆସାମର ଗୋଲାଘାଟ ଜିଲ୍ଲାରେ ଏଭଳି ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ଏହି ଭୟାବହ ଦୁର୍ଘଟଣାରେ ୧୪ ଜଣଙ୍କର ମୃତ୍ୟୁ ହୋଇଛି । ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପାଖାପାଖି ୨୭ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତମାନଙ୍କ ମଧ୍ୟରୁ କିଛି ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଯେଉଁଥିପାଇଁ ମୃତକଙ୍କ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା ସୃଷ୍ଟି ହୋଇଛି । ଦୁର୍ଘଟଣାର ଖବର ପାଇବା ପରେ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପୋଲିସ ଏବଂ ପ୍ରଶାସନ ଦଳ ପହଞ୍ଚିଛନ୍ତି ।

ସୂଚନା ଅନୁସାରେ ଏହି ଦୁର୍ଘଟଣା ଗୋଲାଘାଟ ଜିଲ୍ଲା ଦେରଗାଁ ନିକଟସ୍ଥ ବାଲିଜନ ଗାଁରେ ଘଟିଯାଇଛି । ଦୁର୍ଘଟଣା ସମୟରେ ବସ୍‌ ରେ ପାଖାପାଖି ୪୫ ଜଣ ଯାତ୍ରୀ ଯାତ୍ରା କରୁଥିଲେ, ଏହି ଯାତ୍ରୀମାନେ ଭୋରୁ ୩ଟା ସମୟରେ ଆଠକେଲିଆରୁ ବୋଗିବିଲକୁ ପିକନିକ୍‌ ପାଇଁ ଯାଉଥିଲେ । ଖୁବ ମଜାମସ୍ତିରେ ଯାଉଥିଲେ ପିକନିକ୍‌ ପାଇଁ କିନ୍ତୁ ଠିକ୍‌ ୫ ଟା ସମୟରେ ମାର୍ଘେରିଟାରୁ ଆସୁଥିବା ଏକ କୋଇଲା ବୋଝେଇ ଟ୍ରକ ସହ ଧକ୍କା ହୋଇଥିଲା ବସ୍‌ । ଯାହା ଫଳରେ ଏଭଳି ଭୟଙ୍କର ଦୁର୍ଘଟଣା ଘଟିଯାଇଛି । ଦୁର୍ଘଟଣାସ୍ଥଳରେ ରେସ୍କ୍ୟୁ ଟିମ୍‌ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲ ଜିଏମସିଏଚରେ ପହଞ୍ଚିଛି । ତେବେ ଅନେକ ଯାତ୍ରୀଙ୍କ ଅବସ୍ଥା ସଙ୍ଗୀନ ରହିଛି ତେଣୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.