Below header

ଘରୋଇ ହସପିଟାଲରେ ବିସ୍ଫୋରଣ : ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କର ମୃତ୍ୟୁ

ଭୁବନେଶ୍ୱର ହାଇଟେକ୍ ହସ୍ପିଟାଲରେ ହୋଇଥିବା ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ପରିଚୟ ମିଳି ପାରିନି । ଏବେବି ଆଉ ୨ ଜଣ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି ।

ଭୁବନେଶ୍ୱର (କେନ୍ୟୁଜ) : ଭୁବନେଶ୍ୱର ଘରୋଇ ହସପିଟାଲରେ ହୋଇଥିବା ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ସଂଖ୍ୟା ୨ରେ ପହଞ୍ଚିଛି । ମୃତକଙ୍କ ପରିଚୟ ମିଳି ପାରିନି । ଏହି ବିସ୍ଫୋରଣରେ ପୂର୍ବରୁ ଦିଲ୍ଲୀପ ସାମନ୍ତରାୟ ନାମକ ଯୁବକଙ୍କ ମୃତ୍ୟୁ ହୋଇଥିଲା । ଏବେବି ଆଉ ୨ ଜଣ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି ।

ଗତ ୨୯ ତାରିଖରେ ହାଇଟେକ୍ ହସ୍‌ପିଟାଲ ହସ୍‌ପିଟାଲର ତୃତୀୟ ମହଲାରେ ଏକ ଏସିରେ ଗ୍ୟାସ୍‌ ଫିଲିଂ ବେଳେ ଭୟଙ୍କର ବିସ୍ଫୋରଣ ହୋଇଥିଲା ।  ଏସିରେ ଗ୍ୟାସ୍‌ ଫିଲିଂ ବେଳେ ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣରେ କୌଣସି ଅକ୍ସିଜେନ୍‌ ସିଲିଣ୍ଡରରେ ବିସ୍ଫୋରଣ ଘଟିନାହିଁ । ବିସ୍ଫୋରଣ ପରେ ଲାଗିଥିବା ନିଆଁକୁ ସଙ୍ଗେ ସଙ୍ଗେ ଆୟତ୍ତ କରାଯାଇଥିଲା । ତେବେ ଏହି ଘଟଣାରେ ୪ଜଣ ଗୁରୁତର ଆହତ ହୋଇଥିଲେ । ଗୁରୁତର ୪ ଜଣଙ୍କ ମଧ୍ୟରୁ ଚିକିତ୍ସାଧୀନ ଅବସ୍ଥାରେ ୨ ଜଣଙ୍କ ମୃତ୍ୟୁ ହୋଇଛି ।

ସ୍ୱାମୀ ଦିଲ୍ଲୀପଙ୍କ ମୃତ୍ୟୁ ଖବର ପାଇବା ପରେ ମ୍ରିୟମାଣ ହୋଇ ତା’ ପରଦିନ ତାଙ୍କ ପତ୍ନୀ ସୁନା ସାମନ୍ତରାୟ ଆତ୍ମହତ୍ୟା କରିଥିଲେ ସ୍ତ୍ରୀ ।  ସେ ନୂଆଗାଁ ସ୍ଥିତ ବାପଘରେ ଥିବାବେଳେ ନୂଆ ବର୍ଷ ସକାଳେ ନିଜ ରୁମ୍‌ରେ ବେକରେ ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.