ଜଙ୍ଗଲ ଛାଡ଼ି ଏବେ ଗାଁ ମୁହାଁ ହେଉଛନ୍ତି ଅଜଣା ଜନ୍ତୁ, ଆତଙ୍କିତ ଅବସ୍ଥାରେ ଗାଁ ଲୋକେ

ଯାଜପୁର ଜିଲା ଧର୍ମଶାଳା ବ୍ଲକ କୋତପୁର ପଞ୍ଚାୟତ ବଜ୍ରଗିରି ପାହାଡ଼ ପାଦଦେଶ ଓ ଏହାର ଆଖପାଖ ଗାଁରେ କିଛିଦିନ ହେବ ଅଜଣା ଜନ୍ତୁ ବୁଲୁଥିବାର ଲୋକେ ଦେଖିଥିଲେ । ତେବେ ପାହାଡ଼ ପାଦଦେଶରେ ଥିବା ନୂଆପାଟଣା ଗାଁ ରାସ୍ତାରେ ଦୁଇଟି ଅଜଣା ଜନ୍ତୁ ଯିବାର ଭିଡିଓ ସିସିଟିଭି କ୍ୟାମେରାରେ କଏଦ ହୋଇଛି ।

ଶୁନଶାନ ରାତି । ଅନ୍ଧକାର ରାତିରେ ସବୁ ଶୋଇଗଲା ପରେ ଗାଁରେ ବୁଲୁଛନ୍ତି ଅଜଣା ଜନ୍ତୁ । ନିର୍ଭୟରେ ଦୁଇଟି ଜନ୍ତୁ ବୁଲୁଛନ୍ତି । ଅଜଣା ଜନ୍ତୁୁକୁ ନେଇ ଗାଁରେ ଏବେ ସୃଷ୍ଟି ହୋଇଛି ଭୟର ବାତାବରଣ । ଜନ୍ତୁ ବୁଲୁଥିବାର ଦୃଶ୍ୟ ଦେଖିଲେ ଆପଣଙ୍କ ଲୋମ ବି ଟାଙ୍କୁରି ଉଠିବ । କାହିଁକି ନା ଏ ଜନ୍ତୁମାନଙ୍କ ବିଷୟରେ କାହାକୁ କିଛି ଜଣା ନାହିଁ । ଲୋକମାନେ ଘରୁ ବାହାରିବାକୁ ଭୟ କଲେଣି । ଯଦି ଜନ୍ତୁ ହାବୁଡ଼ରେ ପଡ଼ିଲେ ତେବେ କଥା ସରିଲା । ଜନ୍ତୁ ମାନେ ଜଙ୍ଗଲ ଛାଡ଼ି ଏବେ ଗାଁ ମୁହାଁ ହୋଇଛନ୍ତି । ନିସ୍ତବ୍ଧ ରାତିରେ ସବୁ ଶୋଇଗଲା ପରେ ଚୁପଚୁପ ଆସି ଅଜଣା ଜନ୍ତୁମାନେ ଗାଁରେ ବୁଲୁଛନ୍ତି । ଯାହାର ସିସିଟିଭି ଭିଜୁଆଲ କଏଦ ହୋଇଛି ।

ଅଜଣା ଜନ୍ତୁକୁ ଦେଖିବା ପରେ କିଏ କହୁଛି ହେଟା ବାଘ ତ ଆଉ କିଏ କହୁଛି ହୁଣ୍ଡା । ଏପରିକି କେହି କେହି ଗାଁ ଭିତରକୁ ବାଘ ପଶି ଆସିଥିବା ନେଇ ସନ୍ଦେହ କରୁଛନ୍ତି । ଯାହାକୁ ନେଇ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଯାଜପୁର ଜିଲା ଧର୍ମଶାଳା ବ୍ଲକ କୋତପୁର ପଞ୍ଚାୟତ ବଜ୍ରଗିରି ପାହାଡ଼ ପାଦଦେଶ ଓ ଏହାର ଆଖପାଖ ଗାଁରେ କିଛିଦିନ ହେବ ଅଜଣା ଜନ୍ତୁ ବୁଲୁଥିବାର ଲୋକେ ଦେଖିଥିଲେ । ତେବେ ପାହାଡ଼ ପାଦଦେଶରେ ଥିବା ନୂଆପାଟଣା ଗାଁ ରାସ୍ତାରେ ଦୁଇଟି ଅଜଣା ଜନ୍ତୁ ଯିବାର ଭିଡିଓ ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଗାଁର ରମେଶ ଚନ୍ଦ୍ର ବେହେରା ପାଖାପାଖି ରାତି ୩ଟା ସମୟରେ ବାହାରକୁ ବାହାରିଥିବା ବେଳେ ଘର ପାଖ ରାସ୍ତା ଦେଇ ଦୁଇଟି ଜନ୍ତୁ ଅତିକ୍ରମ କରିଥିଲେ। ଯାହାକୁ ଦେଖିବା ପେର ସେ ତୁରନ୍ତ ଘରକୁ ପଳାଇ ଆସିଥିଲେ । ଏବଂ ପରେ ସିସିଟିଭିରେ ଯନ୍ତୁଗୁଡ଼ିକୁ ଚିହ୍ନଟ କରିବା ପାଇଁ ଚେଷ୍ଟା କରିଥିଲେ । ସିସିଟିଭି କ୍ୟାମେରାରେ କଏଦ ହୋଇଥିବା ଦୃଶ୍ୟକୁ ଦେଖି ଏବେ ଲୋକଙ୍କ ମନରେ ଭୟ ବଢ଼ିଯାଇଛି ।

ଜନ୍ତୁ ବୁଲୁଥିବା କଥା ପ୍ରଚାର ହେବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ବନ ବିଭାଗ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି । ଜଙ୍ଗଲରେ ଖାଦ୍ୟର ଅଭାବ ହେଉଥିବାରୁ ଏଳଭି ଅଜଣା ଯନ୍ତୁମାନେ ଜଙ୍ଗଲ ଛାଡ଼ି ଗାଁରେ ବୁଲୁଛନ୍ତି । ଖାଦ୍ୟ ଅନେ୍ଵଷଣ କଣି ଗାଁ ଓ ସହର ମୁହାଁ ହେଉଛନ୍ତି । ଯେହେତୁ ଅଜଣା ଜନ୍ତୁ ବିଷୟରେ ଗାଁ ଲୋକଙ୍କୁ କିଛି ଜଣା ନାହିଁ ଲୋକମାନେ ରାତି ହେଲେ ଘରୁ ବାହାରୁ ନାହାନ୍ତି । ତେବେ ଦେଖାଯାଉ ବନବିଭାଗ ଏନେଇ କଣ ପଦକ୍ଷେପ ନେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.