Below header

ଭଉଣୀ କହି ଯୁବତୀଙ୍କଠାରୁ ୩୦ ହଜାର ଟଙ୍କା ନେଇ ଛୁ ମାରିଲା ଯୁବକ, ଖାରବେଳନଗର ଥାନାରେ ମାମଲା ରୁଜୁ

ଭୁବନେଶ୍ବର: ଭଉଣୀ କରି ରାମ ମନ୍ଦିରରେ ବାନ୍ଧିଲା ସୂତା । ପରେ ଚତୁରତା ସହ ୩୦ ହଜାର ଟଙ୍କା ନେଇ ମାରିଲା ଛୁ । ଏଭଳି ଏକ ଘଟଣା ସାମ୍ନାକୁ ଆସିବା ପରେ ଖାରବେଳନଗର ଥାନାର ଦ୍ବାରସ୍ଥ ହୋଇଛନ୍ତି ଯୁବତୀ।

ଅଭିଯୋଗ ଅନୁସାରେ ଅଜଣା ନମ୍ବରରୁ ଫୋନ ଆସିଲା । ନିଜକୁ ଯୁବତୀଙ୍କ ଭାଇ କହି କଥାବାର୍ତ୍ତା ହେବା ପରେ ଆଜି ରାମ ମନ୍ଦିର ପାଖକୁ ଡାକିଲା ଯୁବକ ଜଣଙ୍କ । ମନ୍ଦିରରେ ସୂତା ବାନ୍ଧି ମିଠା ଖୁଆଇଲା । ପରେ ବ୍ୟାଙ୍କ ଯିବାକୁ କହି କଳ୍ପନା ଛକ ପାଖକୁ ସ୍କୁଟିରେ ନେଲା । ହେଲେମେଣ୍ଟ ଚେକିଂ ଚାଲିଥିବା କହି ଗାଡିରୁ ଓହ୍ଲାଇ ଦେଇ ଛୁ ମାରିଲା । ଯୁବତୀଙ୍କ ଅଭିଯୋଗ ଅନୁସାରେ ବ୍ୟାଗରେ ତାଙ୍କର ୩୦ହଜାର ଟଙ୍କା, ଏଟିଏମ୍ ସହ ବ୍ୟାଙ୍କ ଖାତା ଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.