Below header

ଆପଣଙ୍କ ଥାଇରଏଡକୁ କଣ୍ଟ୍ରୋଲ କରିବ ଏହି ୫ଟି ଜିନିଷ, ତୁରନ୍ତ ଡାଏଟରେ କରନ୍ତୁ ସାମିଲ

ଶରୀର ପ୍ରତି ରୀତିମତ ଧ୍ୟାନ ନ ଦେଇ ପାରିବା କାରଣରୁ ଆମ ସ୍ୱାସ୍ଥ୍ୟ ଦିନକୁ ଦିନ ବିଗିଡ଼ିବାରେ ଲାଗିଛି । ବ୍ଲଡ଼ ପ୍ରେସର, ଡାଇବେଟିସ ସାଧାରଣ ସମସ୍ୟା ହେବାକୁ ଲାଗିଲାନି । ଏହା ବାଦ ଅନେକଙ୍କ ଠାରେ ଥାଇରଏଡ ପରି ସମସ୍ୟା ବି ଦେଖାଦେଉଛି । ମହିଳା ମାନେ ବେଶୀ ଥାଇରଏଡରେ ଆକ୍ରାନ୍ତ ହେଉଛନ୍ତି । ଏହା ଫଳରେ କିଛି ଜଣଙ୍କ ଓଜନ ଖୁବ ଅଧିକ ବଢି ଯାଉଛିତ କିଛି ଜଣଙ୍କ ଓଜନ କମିଯାଉଛି । ଏହା ଏକ ଅତି ସାଧାରଣ ସମସ୍ୟା ହୋଇଥିଲେ ମଧ୍ୟ ଧୀରେ ଧୀରେ ଏହା ମାରାତ୍ମକ ରୂପ ଧାରଣ କରେ । ତେଣୁ ବେଳ ଥାଉ ଥାଉ ଏପ୍ରତି ଧ୍ୟାନ ଦେଇ କଣ୍ଟ୍ରୋଲ କରିନେବା ଜରୁରୀ । ନିଜ ଡାଏଟକୁ ନେଇ ସଚେତନ ହେବା ନିହାତି ଜରୁରୀ ।

ତେଲ ଛଣା ଜିନିଷ, ଅଧିକ ମିଠା, ରେଡ ମିଟ, ପ୍ୟାକେଟ ଫୁଡ଼, କଫି ଆଦି କମ ସେବନ କରନ୍ତୁ । ଏହା ବ୍ୟତୀତ କୋବି, ସୋୟା ପ୍ରଡ଼କ୍ଟ ବି କମ ଖାଆନ୍ତୁ | ଯଦି ଥାଇରଏଡ ପାଇଁ ଔଷଧ ଖାଉଛନ୍ତି ତେବେ ଏସବୁଥିରୁ କିଛି କିଛି ଖାଇପାରିବେ ।

1. କ୍ଷୀର ଜାତୀୟ ଖାଦ୍ୟ ଖାଆନ୍ତୁ;

ଥାଇରଏଡକୁ କଣ୍ଟ୍ରୋଲରେ ଆଣିବା ପାଇଁ କ୍ଷୀର ଜାତୀୟ ଖାଦ୍ୟ ସେବନ କରିବା ନିହାତି ଜରୁରୀ । କ୍ଷୀର ପିଅନ୍ତୁ, କ୍ଷୀର ତିଆରି ଖାଦ୍ୟ ଖାଆନ୍ତୁ । ପନିର, ଦହି ଆଦି ନିଜ ଡାଏଟରେ ଯୋଡନ୍ତୁ ।

2. ଲାଉ ଖାଆନ୍ତୁ:

ଖୁବ ସହଜରେ ମିଳୁଥିବା ଲାଉ ଆମକୁ ଅନେକ ରୋଗ ଦାଉରୁ ରକ୍ଷା କରିପାରେ । ଯଦି ଥାଇରଏଡକୁ ନିୟନ୍ତ୍ରଣକୁ ଆଣିବାକୁ ଚାହୁଁଛନ୍ତି ନିୟମିତ ଭାବେ ଲାଉ ତରକାରି, ଲାଉ ରସ, ସୁପ ଆଦି ବ୍ୟବହାର କରନ୍ତୁ ।

thyroid
image credit: punjab keshari

3. ତୁଳସୀ ପତ୍ର:

ପ୍ରାୟ ପ୍ରତିଟି ରୋଗ ଦାଉରୁ ଆମକୁ ତୁଳସୀ ରକ୍ଷା କରେ । ଥଣ୍ଡା, କାଶରୁ ଆରମ୍ଭ କରି ଥାଇରଏଡ ପର୍ଯ୍ୟନ୍ତ ସବୁଥି ପାଇଁ ଏହା ଖୁବ ଲାଭଦାୟୀ । ପ୍ରତିଦିନ ଆଲୋଭେରା ଜୁସରେ କିଛି ତୁଳସୀ ପତ୍ର ସେବନ କରନ୍ତୁ ।

4. ହଳଦୀ ଖାଆନ୍ତୁ:

ଶରୀରର ବଡ ବଡ ରୋଗ ଖଣ୍ଡିଆ ଖାବରାକୁ ହଳଦୀ ଭଲ କରିଦେଇପାରେ | ଥାଇରଏଡ ରୋଗୀ ବି ନିୟମିତ ହଳଦୀ ଖାଇବା ଉଚିତ । କଂଚା ହଳଦୀ ଖଣ୍ଡେ ବି ଚୋବାଇ ଖାଇଲେ ଅନେକ ଲାଭ ମିଳିଥାଏ । ହଳଦୀ ବ୍ୟତୀତ ଅଦା ଖଣ୍ଡେ ବି ଚୋବାଇ ଖାଇଲେ ବି ଲାଭ ମିଳିପାରିବ ।

5. ଆୟୋଡିନ ଯୁକ୍ତ ଲୁଣ:

ଆୟୋଡିନ ଯୁକ୍ତ ଲୁଣ ବି ଥାଇରଏଡ ଠାରୁ ଦୁରେଇ ରଖେ । ମାଛ, ଅଣ୍ଡା, ମାଂସ, ଅଣ୍ଡା, ମୂଳା ବି ନିଜ ଡାଏଟରେ ସାମିଲ କରିବା ଉଚିତ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.