ମୁମ୍ବାଇରେ ଏଲ୍‌ପିଜି ସିଲିଣ୍ଡର ଗୋଦାମରେ ଭୟଙ୍କର ବିସ୍ଫୋରଣ, ୪ ଗୁରୁତର

ମୁମ୍ବାଇ: ମୁମ୍ବାଇର ବର୍ସୋବା ଅଞ୍ଚଳରେ ଏଲ୍‌ପିଜି ସିଲିଣ୍ଡର ଗୋଦାମରେ ବୁଧବାର ସକାଳେ ସିରିଜ୍‌ ବିସ୍ଫୋରଣ ପରେ ଭୀଷଣ ନିଆଁ ଲାଗିଛି। ରିପୋର୍ଟ ମୁତାବକ, ଏହି ଘଟଣା ସକାଳ ପ୍ରାୟ ୧୦.୦୬ରେ ୟାରି ରୋଡ୍‌ରେ ଅଞ୍ଜୁମନ୍‌ ସ୍କୁଲ ଅଞ୍ଚଳରେ ଘଟିଥିଲା। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଜାରି ରଖିଛି। ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ୮ଟି ଦମକଳ ଗାଡ଼ି ଓ ୭ଟି ବଡ଼ ଟ୍ୟାଙ୍କରକୁ ଘଟଣାସ୍ଥଳକୁ ପଠାଯାଇଛି।

fire2
Image Credit: abplive

ସୂଚନାନୁଯାୟୀ, ଏହି ଘଟଣାରେ ୪ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତ ସେଠାରେ ଶ୍ରମିକ ଭାବେ କାର୍ଯ୍ୟରତ ଥିଲେ। ଆହତ ଶ୍ରମିକଙ୍କୁ ଜୁହୁ ସ୍ଥିତ କୁପର ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଓ ଏବେ ସେମାନଙ୍କ ଚିକିତ୍ସା ଜାରି ରହିଛି। ତେବେ କେଉଁ କାରଣରୁ ଏହି ବିସ୍ଫୋରଣ ଘଟିଛି, ତାହା ଏବେ ଯାଏଁ ଜଣାପଡ଼ିନାହିଁ। ତେବେ ଗ୍ୟାସ୍‌ ଲିକ୍‌ ଯୋଗୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.